ନୂଆପଡା(ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସହର ଟାଉନ ବାଇପାସ୍ ସଡ଼କ ଦୂରବସ୍ଥା। ଚାଉଳ ବୋଝେଇ ଟ୍ରକ ଫସିବା ନେଇ ଦୁଇ ଗୋଟି ଜେଶିବି ମଧ୍ୟ ଉଦ୍ଧାର ରେ ବିଫଳ ହୋଇଅଛି। ଖଡିଆଳ ର ଅନେକ ବୁଦ୍ଧିଜୀବୀ ନୂତନ ରୂପେ ଏହି ସଡ଼କ ନିର୍ମାଣ କରିଥିବା ବେଳେ ଏହାର ରକ୍ଷଣା ବେକ୍ଷଣ ପାଇଁ ଆର୍ଥିକ ଅନୁଦାନ ଆବଶ୍ୟକ ରହିଅଛି। ଏହି ସଡ଼କ ଉପରେ ଏକାଧିକ ସୁଫଳ ଏବଂ ଗମନା ଗମନ ସୁଯୋଗ ସ୍ଥାପନ କରୁଅଛି। ବିଶେଷ ରୂପେ ଦଳିତ ବସ୍ତି କୁ ଗମନା ଗମନ ହେବା ସାଙ୍ଗକୁ ଖଡିଆଳ ଡିଗ୍ରୀ ମୋଡେଲ କଲେଜ୍, ଖଡିଆଳ ଟାଉନ ବାଇପାସ୍, ଖଡିଆଳ କୁ ଗ୍ରାମାଞ୍ଚଳ କୁ ସମ୍ପର୍କ ସ୍ଥାପନ କରୁଅଛି। ବିଶେଷ ରୂପେ ଖଡିଆଳ ରାଜ୍ୟ ପଣ୍ୟାଗାର କୁ ମଧ୍ୟ ଏହି ସଡ଼କ ଯାତାୟତ କରେ। ଚାଉଳ ବୋଝେଇ ଟ୍ରକ ମାନେ ଯାତାୟତ କରୁଅଛି। ଆଜି ଏହି ପଣ୍ୟାଗାର କୁ ଯାଉଥିବା ଚାଉଳ ବୋଝେଇ ଟ୍ରାଳି ଫସି ଯାଇଅଛି। ସହର ମଧ୍ୟରେ ଏଭଳି ପରିସ୍ଥିତି ଦୁର୍ଭାଗ୍ୟ ଜଣକ ଅଟେ। ଏହାର ତୁରନ୍ତ ମରାମତି ସହ ଖଡିଆଳ ଜନସାଧାରଣ କାର୍ଯ୍ୟ ବିଭାଗକୁ ହସ୍ତାନ୍ତର କରି ସଡ଼କ ବ୍ୟାପକ ଅର୍ଥ ବରାଦ ପରେ ଉନ୍ନତ ଧରଣ ସଡ଼କ ନିର୍ମାଣ ହେବା ସହ ଯାତାୟତ ସୁଯୋଗ ସୃଷ୍ଟି କରିବ।
