
…ଏକ୍ସକୁ ଗୁରୁତ୍ୱ ଦିଅନ୍ତୁ ସରକାର …
ଟିମି ‘ଆଟା’ର ଯାଜପୁର ଶାଖା ପକ୍ଷରୁ ମହାବିନାୟକ ପୀଠରେ ବିକ୍ଷୋଭ
ଯାଜପୁର ଧର୍ମଶାଳା୨୨/୦୭(ନିପ୍ର) ଆଜିର ବିଜ୍ଞାନ ଜେତେ ଆଗକୁ ଅଗ୍ରଗତି କରୁଛି ଡିଜିଟାଲ୍ ଯୁଗରେ ସୋସିଆଲ ମିଡ଼ିଆର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯାହାକୁ ନେଇ ଖୋଦ ସରକାର ହିଁ ଏହାକୁ ବହୁଳ ମାତ୍ରାରେ ପ୍ରଚାର ପ୍ରସାର ମାଧ୍ୟମରେ ବ୍ୟବହାର କରୁଛନ୍ତି।କାରଣ ଅତି କମ୍ ସମରେ ସର୍ବାଧିକ ଜନ ସାଧାରଣ ବା ବ୍ୟବହାର କାରୀଙ୍କ ନିକଟରେ ପହଞ୍ଚି ପାରୁଛି। ଇତି ମଧ୍ୟରେ ଟ୍ୱିଟରର ନାମ ବଦଳି ଏବେ ‘ଏକ୍ସ’ ହୋଇଛି।ଏହା ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ। ଏହି ବ୍ୟବସ୍ଥାରେ ରାଜ୍ୟ ଓ କେନ୍ଦ୍ର ସରକାର ,ସରକାରଙ୍କ ବିଭିନ୍ନ ବିଭାଗ, ବିଭାଗୀୟ ଅଧିକାରୀ ,ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ,ସାମ୍ବାଦିକ ଏବଂ ଜନସାଧାରଣ ଏହାକୁ ବ୍ୟବହାର କରିଥାନ୍ତି। ଯେକୌଣସି ଉଚ୍ଚ ପଦସ୍ତ ଅଧିକାରୀ ବା ବ୍ୟକ୍ତି ବିଶେଷ କିଛି ପୋଷ୍ଟ କଲେ ତାହା ରାଜ୍ୟର ପ୍ରମୁଖ ଖବର ହୋଇଯାଏ। ତାହା ଗଣମାଧ୍ୟମର ମୁଖ୍ୟ ଖବର ଭାବେ ସ୍ଥାନିତ ପାଇଥାଏ । ନିକଟ ଅତୀତରେ ବାଲେଶ୍ୱର ଜିଲ୍ଲାର ଏଫ୍. ଏମ୍ ଅଟୋନୋମସ୍ କଲେଜର ଛାତ୍ରୀ ସୋମ୍ୟଶ୍ରୀ ବିଶି ମଧ୍ୟ ଟ୍ୱିଟର ମାଧ୍ୟମରେ ରାଜ୍ୟ ସରକାର,ଉଚ୍ଚଶିକ୍ଷା ବିଭାଗ, କେନ୍ଦ୍ର ଉଚ୍ଚ ଶିକ୍ଷା ବିଭାଗ, ମୁଖ୍ୟମନ୍ତ୍ରୀ ଓଡ଼ିଶା, ଉଚ୍ଚ ଶିକ୍ଷା ମନ୍ତ୍ରୀ, ଜିଲ୍ଲାପାଳ ଆଦି ସମସ୍ତଙ୍କୁ ଟ୍ୱିଟ୍ କରି ତାଙ୍କ ସମସ୍ୟାର ଅଭିଯୋଗ ଜଣାଇଥିଲେ । ତାଙ୍କ ଟ୍ୱିଟ୍ କୁ ଗୁରୁତ୍ୱ ଦିଆଯାଇ ନ ଥିବାରୁ ଅବହେଳାର ସ୍ୱୀକାର ହୋଇ ସେ ଆତ୍ମହୁତି ଦେଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିବାର ଏକ ମାତ୍ର କାରଣ ଏକ୍ସ୍ କୁ ପ୍ରାଧାନ୍ୟ ଦିଅ ନ ଯିବା। ବିଗତ ଦିନ ମାନଙ୍କରେ ଏହି ଏକ୍ସ୍ ଜରିଆରେ ଅନେକ ଅଭିଯୋଗ ସରକାର ଓ ବିଭାଗୀୟ ଅଧିକାରୀ ଶୁଣୁଥିଲେ କିନ୍ତୁ ଏବେ ଏହାକୁ ଅଣଦେଖା କରାଯାଉଛି। ତେଣୁ ଏହାକୁ ଆନ୍ତରିକତା ମନଭାବ ରଖି ଅଗ୍ରାଧିକାର ଦିଆଯାଉ ଦାବିରେ ରାଜ୍ୟ ସ୍ତରୀୟ ସଂଗଠନ” ଆସେସୋସିଅନ ଅଫ ଟ୍ୱିଟର ଆକ୍ଟିଭିଷ୍ଟି” (ଆଟା)ର ଯାଜପୁର ଜିଲ୍ଲାଶାଖା ପକ୍ଷରୁ ଜିଲ୍ଲା ସଂଯୋଜକ ସବ୍ୟସାଚୀ ସାହୁ ଓ ଜିଲ୍ଲା ଟ୍ୱିଟର ବଏ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଆଜି ଯାଜପୁର ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମହାବିନାୟକ ମନ୍ଦିର ସମ୍ମୁଖରେ ଟ୍ୱିଟର ଆକ୍ଟିଭିଷ୍ଟି ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରକାର ଏହାକୁ ଗୁରୁତ୍ୱ ଦିଅନ୍ତୁ। ସୋମ୍ୟଶ୍ରୀଙ୍କ ସହ ଘଟିଥିବା ଘଟଣା ଆଉ ପୁନରାବୃତ୍ତି ନ ହେବା ସହ ଅଭିଯୋଗ ଗୁଡିକୁ ଆନ୍ତରିକତା ମନୋଭାବ ରଖି ଦାୟୁତ୍ୱ ସମ୍ପନ୍ମ ଭାବେ କାର୍ଯ୍ୟ କୁ ତୁଲାଇଲେ ତାଙ୍କ ପରି ଏପରି କାର୍ଯ୍ୟ କରିବା ପୂର୍ବରୁ ସମାଧାନ ହୋଇପାରନ୍ତା ।ସାଧାରଣ ଲୋକଙ୍କ ଗୁହାରି ଶୁଣନ୍ତୁ ବିଭାଗୀୟ ଅଧିକାରୀ। ଟ୍ୱିଟର କୁ ନେଇ ମାସକୁ ଥରେ ଲୋକସଭା ଭବନରେ ସମୀକ୍ଷା ବୈଠକ ସ୍ଥିର କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ । ଟ୍ୱିଟର ଏକ୍ସ୍ କୁ ସରକାରୀ ବିଭାଗ ଗୁରୁତ୍ବ ଦିଅନ୍ତୁ। ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ । ନ ନାହିଁ ଅତି ? (ଶତ୍ରୁ) ନାରୀ,ସେମାନଙ୍କ ସୁରକ୍ଷା ଜରୁରୀ । ରାଜନୈନିକ ରଙ୍ଗ ନୁହେଁ ସାମାଜିକ ଜାଗରଣ ଆବଶ୍ୟକ । ଯେକୌଣସି ସମସ୍ୟା ମୂଳକ ସମାଧାନର ରିପୋର୍ଟ ସାର୍ବଜନୀନ କରାଯାଉ। ଏହି ଘଟଣା ରାଜ୍ୟରେ ଯେପରି ପୁନରାବୃତ୍ତି ନ ହୁଏ ସଂଗଠନ ପକ୍ଷରୁ ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜଣାଇଥିଲେ।