*ବାତ୍ୟା ଅର୍ଣ୍ଣବ ପାଇଁ ଘୁଞ୍ଚିଥିଲା OAS ପରୀକ୍ଷା, ଏବେ ପୂର୍ବ ତାରିଖରେ ହେବ*
*ଗଞ୍ଜାମ-ଗଜପତିର ପ୍ରଭାବିତ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରକୁ ନେବା ଦାୟିତ୍ୱ BDO ଙ୍କୁ*
*ବାଲେଶ୍ୱର, ୩୦/୧୦ (ଜିତେନ୍ଦ୍ର ମହାରଣା, ଭଞ୍ଜଦୂତ):* ଓଡ଼ିଶା ଲୋକ ସେବା ଆୟୋଗ (OPSC) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅର୍ଣ୍ଣବ ପାଇଁ ଏହି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା, ଏବେ ଏହା ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ କରିବା ପାଇଁ ସ୍ଥିରୀକୃତ ହୋଇଛି। ଏହି ଦାୟିତ୍ୱ OPSC ଦ୍ୱାରା ସଂପୃକ୍ତ ଅଧିକାରୀଙ୍କୁ ଅର୍ପଣ କରାଯାଇଛି।
*ଗଞ୍ଜାମ ଓ ଗଜପତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା:*
ବାତ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଓ ଗଜପତି ଜିଲ୍ଲା। ଏହି ଦୁଇ ଜିଲ୍ଲାର ଅନେକ ଅଞ୍ଚଳ ଏବେ ବି ଜଳମଗ୍ନ ଏବଂ ରାସ୍ତା ଅବରୋଧ ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏକ ମାନବିକ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀ ମାନଙ୍କୁ ସୁରକ୍ଷିତ ଭାବେ ପରୀକ୍ଷା କେନ୍ଦ୍ରକୁ ନେବା ଦାୟିତ୍ୱ ସଂଲଗ୍ନ ବ୍ଲକ୍ ର BDO ମାନଙ୍କୁ ଅର୍ପଣ କରାଯାଇଛି।
BDO ମାନେ ନିଜ ବ୍ଲକ୍ ଅଞ୍ଚଳର ସମସ୍ତ ପରୀକ୍ଷାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି, ସେମାନଙ୍କୁ ଗାଡ଼ି ଯୋଗେ ପରୀକ୍ଷା କେନ୍ଦ୍ରକୁ ଆଣିବେ ଏବଂ ପରୀକ୍ଷା ପରେ ପୁଣି ଘରେ ଛାଡିବେ। ଏଥିପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ।
*କଣ ଘୁଞ୍ଚିଥିଲା?*
ପୂର୍ବରୁ ସରକାର ବାତ୍ୟାକୁ ଦୃଷ୍ଟିରେ ରଖି, ଏହି ପରୀକ୍ଷାର ଇଂରାଜୀ ଓ ଓଡ଼ିଆ ଭାଷା ବିଷୟକୁ ଘୁଞ୍ଚାଇ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା।
*ସ୍ୱାଗତ କଲେ ପରୀକ୍ଷାର୍ଥୀ:*
ପୂର୍ବ ନିର୍ଦ୍ଧାରିତ ତାରିଖରେ ପରୀକ୍ଷା କରାଇବା ସରକାରଙ୍କ ନିଷ୍ପତ୍ତିକୁ ପରୀକ୍ଷାର୍ଥୀ ଓ ଅଭିଭାବକ ମହଲରୁ ବ୍ୟାପକ ସ୍ୱାଗତ କରାଯାଇଛି। ବିଶେଷ କରି ଗଞ୍ଜାମ, ଗଜପତିରଟ ପରୀକ୍ଷାର୍ଥୀମାନେ BDO ଙ୍କୁ ଦାୟିତ୍ୱ ଦିଆଯିବାକୁ ସ୍ୱାଗତ କରିଛନ୍ତି।
*- ଜିତେନ୍ଦ୍ର ମହାରଣା, ଭଞ୍ଜଦୂତ, ବାଲେଶ୍ୱର।*
