
ବାରିପଦା (ଶିବାନନ୍ଦ ବାଗ) :ରୋଟାରୀ କ୍ଳବ ଅଫ ବାରିପଦା ହେରିଟେଜ ର ଅଷ୍ଟମ ଅଧିଷ୍ଠାନ ଉତ୍ସବ ପାଲବାଣୀ ସ୍ଥିତ ସେଣ୍ଟ ଜାଭିଅର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ରୋଟାରୀଆନ ସନ୍ତୋଷ କୁମାର କlସ୍ତ ଙ୍କ ପରିଚାଳନା ଏବଂ ସଂଜୀବ କୁମାର ଦଣ୍ଡପାଟ ଓ ଚିତ୍ତରଞ୍ଜନ ପଳତା ଙ୍କ ସହଯୋଗ ରେ କ୍ଳବ ର ୨୦୨୪-୨୫ ର ସଭାପତି ନଳିନୀ କୁମାର ଚୌଧୁରୀ କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ବାରିପଦା ପୌରଧକ୍ଷ୍ୟ କୃଷ୍ଣlନନ୍ଦ ମହାନ୍ତି, ସଂମ୍ମାନିତ ଅତିଥି ଭାବେ ଉପାଧ୍ୟାକ୍ଷା ସୀମା ଦାସ, ଓ ମୋରଡ଼ା ବ୍ଲକ ଶିକ୍ଷlଧିକାରୀ ବିଜୟ କୁମାର ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଲେଖକ ତଥା ବରିଷ୍ଠ ସାମ୍ବାଦିକ କବି ବିଷ୍ଣୁ ଶତପଥି ଯୋଗଦାନ କରିଥିଲେ l ପ୍ରଦୀପ ପ୍ରଜ୍ବଳନ ପରେ ଜାତୀୟ ସଂଗୀତ ଗାନ କରାଯାଇ କାର୍ଯ୍ୟକ୍ରମ କୁ ଅlନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା l ରୋଟାରୀଆନ ଅମିତାଭ ପଟ୍ଟନାୟକ ରୋଟାରୀ ର ପ୍ରତିଷ୍ଠା ଆଦର୍ଶ ଏବଂ ପୃଥିବୀ ରେ ତାର କାର୍ଯ୍ୟ କାରିତା ସମ୍ପର୍କରେ ଅବଗତ କରିଥିଲେ l ସଭାପତି ୨୦୨୪-୨୫ ରେ ସମ୍ପାଦନ କରାଯାଇ ଥିବା ପ୍ରକଳ୍ପ ସମ୍ପର୍କ ରେ ବିବରଣୀ ପ୍ରଦାନ କରିବା ପରେ ନୂତନ ସଭାପତି ଶ୍ରୀଯୁକ୍ତ ବ୍ରହ୍ମା ନନ୍ଦ ପ୍ରଧାନ (୨୦୨୫-୨୬) ଙ୍କୁ ସଭାପତି କଲର ହସ୍ତାନ୍ତର କରି ରୋଟାରୀ ପିନ ପ୍ରଦାନ କରିଥିଲେ l ତତ ସହିତ ୨୦୨୫-୨୬ ପାଇଁ ସମ୍ପାଦକ ଭାବେ ଶ୍ରୀ ଦେବଦତ୍ତ ମହାନ୍ତି ମଧ୍ୟ ମଂଚାସୀନ ହୋଇଥିଲେ l ମୁଖ୍ୟ ଅତିଥି ତାଙ୍କର ବକ୍ତବ୍ୟ ରେ ରୋଟାରୀଆନ ମାନେ କିପରି ନିସ୍ଵାର୍ଥପର ଭାବେ ସମାଜ ରେ ଶିକ୍ଷ୍ୟl, ସ୍ୱାସ୍ଥ୍ୟ ତଥା ସମାଜ ସେବାରେ ନିୟୋଜିତ ହୋଇଥାନ୍ତି ସେ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ l ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ରୋଟାରୀ ର ଆଦର୍ଶ ଏବଂ କାର୍ଯ୍ୟ କଳାପ ସମ୍ପର୍କରେ ମତ ରଖିଥିଲେ l ନୂତନ ସଭାପତି ଏବଂ ସମ୍ପାଦକ ୨୦୨୫-୨୬ ରେ କେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନେବେ ତାର ବିବରଣୀ ପ୍ରଦାନ କରିଥିଲେ l ଏହି ଅବସରରେ ସଦ୍ୟ ଅବସର ପ୍ରାପ୍ତ ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ରୀ ଅମୀୟ କୁମାର ଗିରି କ୍ଳବ ର ସଦସ୍ୟତା ଗ୍ରହଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟ ରେ ବାରିପଦା କ୍ଳବ, ଉଦଳା କ୍ଳବ ଏବଂ ବାଲେଶ୍ୱର ଶାଶ୍ୱତ କ୍ଳବ ର ସଭ୍ୟ ସଭ୍ୟା ମାନେ ଯୋଗ ଦାନ କରିଥିଲେ l ସମସ୍ତ ଅତିଥି ଏବଂ ଅନ୍ୟ କ୍ଳବ ସଭ୍ୟ ମାନଙ୍କୁ ଫୁଲଚାରା ଏବଂ ଉତ୍ତରୀୟ ଦେଇ ସ୍ୱାଗତ କରlଯାଇଥିଲା l ଏଥିରେ କ୍ଳବ ର ସଭ୍ୟ ତରଣୀସେନ ଧଳ, ଅନିରୁଦ୍ଧ ପୃଷ୍ଟି ଜ୍ୟୋତିପ୍ରକାଶ ପଣ୍ଡା, ରାଜେଶ କୁମାର ପଢ଼ିଆରୀ, ଡା ଚନ୍ଦ୍ରମୋହନ ସିଂ, କମଳ ଖଣ୍ଡେଲୱାଲ, ଚlଟାର୍ଡ଼ ଅନନ୍ତ ବେହେରା ଏବଂ ସଭ୍ୟା ମଞ୍ଜୁଳା ଦାଶ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ଶେଷରେ ସଭ୍ୟ ପ୍ରଦୀପ କୁମାର ନାୟକ ଧନ୍ୟବାଦ ଦେଇଥିଲେ l