ଜଙ୍ଖିରା ଗ୍ରାମର ୩ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଜଗତଜନନୀ ମା’ ଲକ୍ଷ୍ମୀ
ଜଙ୍ଖିରା, ଢେଙ୍କାନାଳ: ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ଢେଙ୍କାନାଳ ଜିଲ୍ଲାର ଜଙ୍ଖିରା ଗ୍ରାମରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି। ଗ୍ରାମର ୩ଟି ପୂଜା ମଣ୍ଡପରେ ଜଗତଜନନୀ ମା’ ଲକ୍ଷ୍ମୀଙ୍କ ପୂଜା ଆରାଧନା କରାଯାଉଛି।
ଏହି ଅବସରରେ ପୂଜା ମଣ୍ଡପଗୁଡ଼ିକୁ ସୁନ୍ଦର ଭାବେ ସଜାଯାଇଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି। ଧୂପ, ଦୀପ ଓ ମନ୍ତ୍ରପାଠରେ ଗ୍ରାମର ପରିବେଶ ଭକ୍ତିମୟ ହୋଇଉଠିଛି।
ଗ୍ରାମବାସୀଙ୍କ ସହଯୋଗରେ ପୂଜା ଆୟୋଜିତ ହେଉଥିବା ବେଳେ ମା’ ଲକ୍ଷ୍ମୀଙ୍କ କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ ବୋଲି ଭକ୍ତମାନେ ପ୍ରାର୍ଥନା କରୁଛନ୍ତ
ତା ସହିତ ଏହି ଗ୍ରାମରେ କୁମାର ପୂର୍ଣ୍ଣିମା ଅବସରର ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା
ଢ଼େଙ୍କାନାଳ ରୁ ଏକାଦଶୀ ବେହେରା ଙ୍କ ରିପୋର୍ଟ୍ ଭଞ୍ଜ ଦୂତ ଖବର
