*ନୂଆପଡ଼ା ଜିଲ୍ଲା ସଦର ମହକୁମା ନେସନାଲ କଲେଜ ଛାତ୍ର ସଂସଦ ନିର୍ବାଚନ ଉତେଜନା, କଲେଜ ହଷ୍ଟେଲରେ ଖାଦ୍ୟ ବଣ୍ଟନ ଅଭିଯୋଗ, କଲେଜ ସମ୍ମୁଖ ରେ ଧାରଣା*।
ନୂଆପଡା(ମିଖାଏଲ ନନ୍ଦ)
ତା:୧୪.୧୦.
ନୂଆପଡ଼ା ଜିଲ୍ଲା ସଦର ମହକୁମା ନେସନାଲ କଲେଜ ଛାତ୍ର ସଂସଦ ନିର୍ବାଚନ ନେଇ ଉତେଜନା, କଲେଜ ହଷ୍ଟେଲରେ ଖାଦ୍ୟ ବଣ୍ଟନ ଅଭିଯୋଗ କରିଛନ୍ତି। କଂଗ୍ରେସ ସମର୍ଥକମାନେ ଆସି କଲେଜ ସମ୍ମୁଖ ରେ ଧାରଣା ଦେଇଥିଲେ। ପୋଲିସ ପ୍ରଶାସନ ଉପସ୍ଥିତି ରେ କଲେଜ ପରିସରକୁ ପଶି ଖାଦ୍ୟ ବଣ୍ଟନ କରିବା ଅଭିଯୋଗ କରିଛନ୍ତି। ଆଜି ଉପଜିଲ୍ଲାପାଳ କାର୍ଯ୍ୟଳୟ ନେସନାଲ କଲେଜ ସମସ୍ୟା ଜଣାଇ ଥିଲେ। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ବ୍ଲକ ସଭାପତି ସୌରଭ, ଖରୀଆର ରୋଡ ନଗର ସଭାପତି ପବନ ଶର୍ମା ନୂଆପଡ଼ା ନଗର ସଭାପତି ମହେଶ ନିଆଲ, ଯୁବ କଂଗ୍ରେସ ସଭାପତି ଅମିତ ଅହିର, ରାଜ୍ୟ ସମ୍ପାଦକ ଶାହାରୁଖ ଖାନ୍, ସମ୍ପାଦକ କମଲ ତାଣ୍ଡି, ଜିଲ୍ଲା କଂଗ୍ରେସ ଯୁବ ସାଧାରଣ ସମ୍ପାଦକ ସୁଧୀର ମିଶ୍ର,କଂଗ୍ରେସ ଯୁବ କଂଗ୍ରେସ ଉପସଭାପତି ଭରତାଲାଳ ରାଉତ ପ୍ରମୁଖ ଯୋଗ ଦେଇ ଆନ୍ଦୋଲନ କରିଥିଲେ। ନିର୍ବାଚନ ରେ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ।ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀ ଜାଗୃତି ସାହୁ,ଏ ଭି ବି ପି ସମର୍ଥିତ ରାହୁଲ ସେଠୀ, ବ ପ୍ରତିନ୍ଦ୍ୱନ୍ଦିତା କରୁଛନ୍ତି। ଜାତୀୟ ଛାତ୍ର କଂଗ୍ରେସ ସମର୍ଥିତ ପ୍ରାର୍ଥୀ ରାହୁଲ ପଟେଲ ଏବଂ ସ୍ୱାଧୀନ ପ୍ରାର୍ଥୀ ରୂପେ ଡିଗେଶ୍ୱର୍ ଦୀପ,ପ୍ରାର୍ଥୀ ଦାଖଲ କରି
