*ଭେଲାରେ ଛାତ୍ର ଆଇନ ସାକ୍ଷରତା କ୍ଳବର ଛାତ୍ର- ସଦସ୍ୟମାନଙ୍କୁ ନେଇ ସଚେତନତା ଶିବିର*
ନୂଆପଡା(ମିଖାଏଲ ନନ୍ଦ)
ତା: ୧୪/୧୦/୨୦୨୬
ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଭେଲାସ୍ଥିତ ଡଃ. କାଟଜୁ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଛାତ୍ର ଆଇନ ସାକ୍ଷରତା କ୍ଳବର ଛାତ୍ର- ସଦସ୍ୟମାନଙ୍କୁ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରା, ଶିକ୍ଷକ ଶିକ୍ଷୟତ୍ରୀଗଣ ଓ ଅଧିକାର ମିତ୍ରଗଣ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସଚିବ ନବନୀତା ଦାଶ ଛାତ୍ର ଆଇନ ସାକ୍ଷରତା କ୍ଳବର ଉଦ୍ଦେଶ୍ୟ, କାର୍ଯ୍ୟଶୈଳୀ, ମାଗଣା ଆଇନ ସେବା ପ୍ରଦାନରେ କ୍ଳବର ଭୂମିକା ବିଷୟରେ ଆଲୋଚନା କରିଥିଲେ । ସେ ମଧ୍ୟ ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟକଳାପ, ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା, ପୀଡ଼ିତା କ୍ଷତିପୂରଣ ଯୋଜନା, ମାଗଣା ଆଇନ ସେବା, ମଧ୍ୟସ୍ଥତା ଇତ୍ୟାଦି ବିଷୟରେ ବିସ୍ତୃତ ଚର୍ଚ୍ଚା କରିଥିଲେ ।
