ବସ୍ତା (ସେଖ ଆଜାରୁଦ୍ଦିନ) : ମୃତ ଝିଅ ର ଶବ କୁ ଟୋଲିରେ ଡାକ୍ତରଖାନା ନେଲା ବାପା, ଆତ୍ମହତ୍ଯା କରିଥିବା ଝିଅ ର ଶବକୁ ପୋଲିସ ଜବଦ କରିଥିବା ବେଳେ ବ୍ଯବଚ୍ଛେଦ ପାଂଇ ଗରୀବ ଆଦିବାସୀ ବାପା ପାଖରେ ଶବ ନେବା ପାଂଇ ଅର୍ଥ ନଥିବାରୁ ଗାଂଆରୁ ଏକ ଟୋଲି ରିକ୍ସା ମାଗି ଝିଅର ଶବକୁ ଘର ଠାରୁ 6 କିଲୋ ମିଟର ଦୂର ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ପର୍ଯ୍ଯନ୍ତ ବହିବା ଘଟଣା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି, ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଦେଉଳା ପଞ୍ଚାୟତ ବିନ୍ଧାଣୀ ସାହି ର ମଧୁ ବିନ୍ଧାଣୀ ଙ୍କ ଝିଅ ଆଶା ବିନ୍ଧାଣୀ ଗତକାଲି ବେକ ରେ ରଶି ଲଗାଇ ଆତ୍ମହତ୍ଯା କରିଥିଲେ, ଖବର ପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବଦ କରିବା ପରେ ବ୍ଯବଚ୍ଛେଦ ପାଂଇ ପରିବାର ଲୋକଙ୍କୁ ଦାୟିତ୍ବ ଦେଇ ଚାଲି ଯାଇ ଥିଲେ, ତେବେ ମଧୁ ଅତ୍ଯନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ଆମ୍ବୁଲାନ୍ସରେ ଶବ ନେବା ପାଂଇ ଟଙ୍କା ଯୋଗାଡ କରି ପାରିଲେନି, ଶେଷରେ ଗ୍ରାମର ଜଣେ ବ୍ଯକ୍ତି ଙ୍କ ଠାରୁ ଟୋଲି ମାଗି ଝିଅର ଶବକୁ ଡାକ୍ତରଖାନା ପର୍ଯ୍ଯନ୍ତ ନେଇ ଥିଲେ , ଯାହାର ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ତେବେ ଏନେଇ ବାଲିଆପାଳ ପୋଲିସ ର ପ୍ରତିକ୍ରିୟା ମିଳି ପାରିନି।
