ଖଡ଼ିଆଳର ବରିଷ୍ଠ ସାମ୍ବାଦିକ ରବିକାନ୍ତ ଠେଲାଙ୍କ ପରଲୋକ: କାର୍ଯ୍ୟରତ ସାମ୍ବାଦିକ ସଂଘ ଓ ସାମାଜିକ ସଂଗଠନ ପକ୍ଷରୁ ଶୋକସଭା ଅନୁଷ୍ଠିତ।
ନୂଆପଡ଼ା (ମିଖାଏଲ ନନ୍ଦ)
ତା-୦୮/୧୦
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ଜଣେ ଜଣାଶୁଣା ବରିଷ୍ଠ ସାମ୍ବାଦିକ ତଥା ନିର୍ଭୀକ ଲେଖକ ରବିକାନ୍ତ ଠେଲାଙ୍କର ଗତ ୦୭ ତାରିଖ ଦିନ ପରଲୋକ ହୋଇଯାଇଛି। ସେ କିଡନୀ ରୋଗରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିବାବେଳେ ଅକାଳରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ଏଭଳି ଅମୀୟ ବିୟୋଗରେ ସମଗ୍ର ଅଞ୍ଚଳରେ ଏବଂ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।
ଖଡ଼ିଆଳ ବ୍ଲକ ୧୦ ନମ୍ବର ୱାର୍ଡର ବାସିନ୍ଦା ସ୍ୱର୍ଗତ ରବିକାନ୍ତ ଠେଲା ଙ୍କ ବିୟୋଗରେ କାର୍ଯ୍ୟରତ ସାମ୍ବାଦିକ ସଂଘର ତରଫରୁ ମଧ୍ୟ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟରତ ସାମ୍ବାଦିକ ସଂଘର ଶୋକସଭା ବରିଷ୍ଠ ସାମାଜିକ ବିଜୟ କୁମାର ସହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସାମାଜିକ ସନ୍ତୋଷ କୁମାର ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ।
ସଭାରେ ମୃତକଙ୍କ ପରିବାରକୁ ରେଡକ୍ରସ ତରଫରୁ ତୁରନ୍ତ ସାହାଯ୍ୟ, ମୃତ୍ୟୁ ସାର୍ଟିଫିକେଟ ଏବଂ ଅନ୍ୟାନ୍ୟ ଜନକଲ୍ୟାଣକାରୀ ସହାୟତା ଯୋଗାଇଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ନେଇ ବରିଷ୍ଠ ସାମାଜିକ ବିଜୟ କୁମାର ସହିତ ସୂଚନା ଦେଇଥିଲେ। ଏହି ସଭାରେ ସ୍ୱର୍ଗତ ଠେଲାଙ୍କ ସ୍ମୃତିଚାରଣ କରାଯିବା ସହ ସମାଜ ପ୍ରତି ତାଙ୍କର ଅବଦାନକୁ ଗଭୀର ଭାବରେ ମନେ ପକାଯାଇଥିଲା। ବକ୍ତାମାନେ କହିଥିଲେ ଯେ, ରବିକାନ୍ତ ଜଣେ କର୍ତ୍ତବ୍ୟନିଷ୍ଠ, ମେଳାପୀ ଏବଂ ସତ୍ୟବାଦୀ ସାମ୍ବାଦିକ ଥିଲେ। ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଦୁଃଖସୁଖକୁ ସେ ସର୍ବଦା ନିଜ ଲେଖନୀ ମାଧ୍ୟମରେ ଲୋକଲୋଚନକୁ ଆଣୁଥିଲେ। ତାଙ୍କର ଏପରି ଅକାଳ ବିୟୋଗ ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।
ଏହି ଶୋକସଭାରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସହିସ, ମୋତିଲାଲ ବାଗ, ପରମେଶ୍ୱର ବାରିକ, କୁନୁ କରୁଆଁ, ଯୁଗେଶ୍ୱର ସାଗରିଆ, ଶାମ୍ଭ ସରାଫ, ଦେବେଶ ହୋତା, ବିମଲ ସିଂ ଦଳପତି,ହେମନ୍ତ ବେହେରା, କୁନାଲ ବେହେରା, ଚନ୍ଦ୍ର ଶେଖର ବେହେରା, ଶ୍ୟାମ ସୁନ୍ଦର ସାଗରିଆ, ମିଖାଏଲ ନନ୍ଦ, ସନ୍ତୋଷ ଦଣ୍ଡସେନା, ମୋହନ ଦୀପ, ମେଘନାଥ ନାଏକ, ଲୋକନାଥ ପଟେଲ,ଲୋକନାଥ ପଟେଲ ପ୍ରମୁଖ ଯୋଗଦାନ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉପସ୍ଥିତ ସମସ୍ତ ସାମ୍ବାଦିକ ଓ ଗ୍ରାମବାସୀ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରି ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ।
ମିଖାଏଲ ନନ୍ଦ ଙ୍କ ଦ୍ୱାରା ରବି ଠେଲା ଙ୍କ ସ୍ମୃତି ଚାରଣ କରି ଗୁଟେ କବିତା ପଠନ କରି ଥିଲେ।
ସ୍ୱର୍ଗତ ସାମ୍ବାଦିକ ରବି ଠେଲାଙ୍କ ଅମର ଆତ୍ମାର ସଦ୍ଗତି ଏବଂ ଶୋକସଭା ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି କବିତା:
ଅମର କଲମର ସାଧକ: ରବି ଠେଲା
ତୁମ କଲମରୁ ଝରୁଥିଲା ସତ୍ୟ,
ଜନସାଧାରଣଙ୍କ ସେ ଥିଲା ନିତ୍ୟ।
ସମାଜର ମୁଖ, ଦୁଃଖର ସାଥୀ,
ଖୋଜୁଥିଲା ସେ ସବୁବେଳେ ନ୍ୟାୟର ଜ୍ୟୋତି।
ଆଜି ନୀରବ ସେ ମାଇକ୍ ଓ କଲମ,
ଶେଷ ବିଦାୟରୁ ଝରୁଛି ମରୁଭୂମିର ଜଳମ।
ରବି ଭାଇ ତୁମେ ଚାଲିଗଲ ଦୂରେ,
ରହିଗଲା ସ୍ମୃତି ଏଠି ସମସ୍ତଙ୍କ ଘରେ ଘରେ।
ସତ୍ୟର ମାର୍ଗେ ଲଢ଼ୁଥିଲ ଯିଏ,
ହୃଦୟେ ତୁମର ସ୍ଥାନ ଦେବୁ ସିଏ।
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଉଛୁ ଆଜି,
ଅମର ରହୁ ତୁମ କୀର୍ତ୍ତି ଓ ଛବି।
ଶେଷରେ ସନ୍ତୋଷ ଦଣ୍ଡସେନା ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରା ଗଲା।
