*ବିଜେପି ପକ୍ଷରୁ ଆରମ୍ଭ ହେଲା ବିକଶିତ ଭାରତ ସଂକଳ୍ପ ସେବା ଜ୍ୟୋତି ଯାତ୍ରା* ଢ଼େଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )ଆଜି ତା 07/10/26ରିଖ ବିଜେପି ପକ୍ଷରୁ ଆରମ୍ଭ ହେଲା ବିକଶିତ ଭାରତ ସଂକଳ୍ପ ସଭା ସେବା ଜ୍ୟୋତି ଯାତ୍ରା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ପ୍ରଯୁକ୍ତି ବିଜ୍ଞାନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ମହୋଦୟ , ସମ୍ମାନିତ ଅତିଥି ଜିଲ୍ଲା ସଭାପତି ରାସ ବିହାରୀ ବେହେରା, ହିନ୍ଦୋଳ ବିଧାୟିକା ସୀମା ରାଣୀ ନାୟକ, ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ଜେନା, ପୂର୍ବତନ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ଏବଂ ଢ଼େଙ୍କାନାଳ ପୌର ପରିଷଦ ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଯୋଗ ଦେଇଛନ୍ତି। ବିଭିନ୍ନ ଗ୍ରାମର ବୃଦ୍ଧ ବୃଦ୍ଧାଙ୍କ ଠାରୁ ଯୋଗା ଦେଇଛନ୍ତି। ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମ ଢ଼େଙ୍କାନାଳ ମିନିଷ୍ଟାଡିୟମ ପରିସରରେ ସକାଳ 9 ଟା ସମୟରୁ ଆରମ୍ଭ ହେଲା। ପରେ ଭିଡ଼ିଓ ମାଧ୍ୟମରେ ସମସ୍ତ ଦେଶ ବାସିଙ୍କୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଛନ୍ତି। ଏବଂ ପରେ ମିନିଷ୍ଟାଡିୟମ ଠାରୁ ସହର ପରିକ୍ରମା ଶୋଭା ପଦଯାତ୍ରା କାର୍ଯ୍ୟକ୍ରମ 11:45ସମୟରୁ ଆରମ୍ଭ ବାଜିଚୌକ ଛକ ପର୍ଯ୍ୟନ୍ତ କରାଯାଇଛି।
