କୋଟଗରା ହେଲା ‘ଶିଶୁ ଶ୍ରମିକ ମୁକ୍ତ’ ପଞ୍ଚାୟତ ଘୋଷିତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୋଟଗରା ଗ୍ରାମ ପଞ୍ଚାୟତକୁ ‘ଶିଶୁ ଶ୍ରମିକ ମୁକ୍ତ ଗ୍ରାମ ପଞ୍ଚାୟତ’ଭାବେ ଘୋଷଣା କରାଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସରପଞ୍ଚ ଶ୍ରୀମତୀ ସୁଲୋଚନା ଦଳେଇ ସଭାପତିତ୍ୱ କରିଥିଲେ। ସମ୍ମାନୀତ ଅତିଥି ଭାବେ ABDO ଅନିତା ଦାସ,BEO କବିରାଜ ଜେନା,ADEO ପ୍ରଭାସ ରଞ୍ଜନ ବିଶ୍ୱାଳ,CHO ସିଗ୍ଧା ଦେହୁରୀ,ଜିଲ୍ଲା ପରିଷଦ ସଭ୍ୟା ଅବନ୍ତୀ ସେଠୀ,ସମିତି ସଭ୍ୟ ଲକ୍ଷ୍ମୀଧର ବେହେରା,JKS ୟୁନାଇଟେଡ ହାଇସ୍କୁଲ ପ୍ରଧାନଶିକ୍ଷକ ନନ୍ଦିନୀ ନାଏକ,ତୁମୁସିଙ୍ଗା ଥାନା ASI ସୁଶାନ୍ତ କୁମାର ସାହୁ,PEO ସୁଶାନ୍ତ କୁମାର ସ୍ୱାଇଁ,TSF ପ୍ରୋଜେକ୍ଟ ମ୍ୟାନେଜର ହେମନ୍ତ କୁମାର ସିଂ ଓ ସିନିୟର ମ୍ୟାନେଜର ବିନୋଦ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର,ଅଙ୍ଗନୱାଡି କର୍ମୀ,ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ,SHG ମହିଳା,SMC ସଦସ୍ୟ ସଦସ୍ୟା,ଛାତ୍ରଛାତ୍ରୀ,ସବୁ ବର୍ଗର ଅବସରପ୍ରାପ୍ତ କର୍ମଚାରୀ,ବୟୋଜ୍ୟେଷ୍ଠ ବ୍ୟକ୍ତି ଏବଂ ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଶିଶୁମାନଙ୍କ ଦ୍ୱାରା ନୃତ୍ୟ ଓ ଶିଶୁ ଶ୍ରମ ବିରୋଧୀ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଗ୍ରାମରେ ୬ ରୁ ୧୪ ବର୍ଷ ବୟସର କୌଣସି ଶିଶୁ ପାଠପଢ଼ାରୁ ବଞ୍ଚିତ ହେବେ ନାହିଁ ବୋଲି ଲକ୍ଷ୍ୟ ସଫଳ ହୋଇଥିବା କୁହାଯାଇଥିଲା। ଗ୍ରାମରେ ସଚେତନତା ଶୋଭାଯାତ୍ରା ଓ ଶିଶୁ ଶ୍ରମିକ ମୁକ୍ତ ଫଳକ ଉନ୍ମୋଚନ କରାଯାଇଥିଲା। ଶେଷରେ ଏହି ଉତ୍ସବରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ଯେଉଁ ଅଭିଭାବକ ମାନେ ବାଲ୍ୟ ବିବାହ ରୋକିବାରେ ପଞ୍ଚାୟତକୁ ପୂର୍ଣ୍ଣ ସମର୍ଥନ ଏବଂ ସହାୟତା ପ୍ରଦାନ କରିଥିଲେ ସମାନଙ୍କୁ ସମ୍ମାନୀତ କରାଗଲା। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ।
