ବିଞ୍ଝାରପୁର (ସ୍ମୃତିରେଖା ମଲ୍ଲିକ) : ଆମ୍ବେଦକର ଉନ୍ନୟନ ପରିଷଦ ବିଞ୍ଝାରପୁର ପକ୍ଷରୁ ଦଳିତ, ଓବିସି, ମାଇନଟରିସ୍ ଆଦିବାସୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଗୋପାଳପୁର ନାରୀ ଗଣଧର୍ଷଣ ଗୋ ରକ୍ଷା ନାମରେ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ଜିଲ୍ଲା ସଭାପତି ରମେଶ ଯେନା ଓ ସହକର୍ମୀ ଅରୁଣ ଯେନା ସତ୍ୟନାରାୟଣ ଯେନା ପଦ୍ମନାଭ ମାଲିକ, ଜିତେନ୍ଦ୍ର ମାଲିକ ଉଦୟ ନାଥ ଯେନା ,ଓ ପ୍ରଶାନ୍ତ ମାଲିକଙ୍କ ସମେତ ଶତାଧିକ ଆମ୍ବେଦକର ଉନ୍ନୟନ ପରିଷଦ କର୍ମୀ ଏକ ଶୋଭାଯାତ୍ରା ରେ ଆସି ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ବିଞ୍ଝାରପୁର ବିଡ଼ିଓଙ୍କ ମାଧମରେ ଦାବିପତ୍ର ପ୍ରଦାନ କରିଥିଲେ l
