**ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଦ୍ୟୁତ୍ ସବଡିଭିଜନ ଅଧୀନରେ ଥିବା ବିଦ୍ୟୁତ୍ ବିଲ ସଂଗ୍ରହ ସଂଘ ପକ୍ଷରୁ ଆଜି ଖଡ଼ିଆଳ ଟାଟା ପାୱର ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ, ୪ ଦଫା ଦାବିପତ୍ର ପ୍ରଦାନ* ।
ନୂଆପଡା (ମିଖାଏଲ ନନ୍ଦ)
ତା:୦୫.୧୦.
ଖଡ଼ିଆଳ ବିଦ୍ୟୁତ୍ ଉପଖଣ୍ଡ ରେ ବିଦ୍ୟୁତ୍ ବିଲ ସଂଗ୍ରହ କର୍ମଚାରୀ ସଂଘ ପକ୍ଷ ରୁ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ କୁ ଓହ୍ଲାଇଥିଲେ। ଆଜି ଏକ ଶୋଭାଯାତ୍ରା ରେ ସମସ୍ତ କର୍ମଚାରୀ ଖଡ଼ିଆଳ ନଗର ପରିକ୍ରମା କରି ଖଡ଼ିଆଳ ବିଦ୍ୟୁତ୍ ସବଡିଭିଜନ କାର୍ଯ୍ୟାଳୟ କୁ ପହଞ୍ଚି ଥିଲେ। ସେଠାରେ ଥିବା ଘରୋଇ ସଂସ୍ଥା କର୍ମଚାରୀ ପୂର୍ବରୁ କାର୍ଯ୍ୟାଳୟ ରେ ଉପସ୍ଥିତ ରହିଥିବା ବେଳେ ଆନ୍ଦୋଲନ ସ୍ଥଳୀ ରେ ପହଞ୍ଚି ତାଙ୍କ ୪ ଦଫା ଦାବି ପତ୍ର ଗ୍ରହଣ କରିଥିବା ବେଳେ ସମସ୍ତ ଦାବୀଙ୍କୁ ନେଇ ଉପରସ୍ତ ଅଧିକାରୀଙ୍କୁ ଜଣାଇବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତିଶ୍ରୁତି ପରେ ବିଲ ସଂଗ୍ରହ କର୍ମଚାରୀମାନେ ଆନ୍ଦୋଳନ ସ୍ଥଳରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରିବେ ବୋଲି ସଙ୍ଘ ପକ୍ଷ ରୁ ପ୍ରକାଶ। ଆଜି ତଥା ପାୱାର ଉପରସ୍ତ ଅଧିକାରୀଙ୍କ 3କ ବୈଠକ ଅନୁଷ୍ଠିତ ହେଉଅଛି। ମୁଖ୍ୟ ଦାବୀ ହେଲା ଏମ୍ ଆର ଲକ୍ଷ ସଂଶୋଧନ, ଅନଲାଇନ୍ ପୈଠ କର୍ମଚାରୀ ନାମରେ ଗଣନା,ମାସିକ ପେଟ୍ରୋଲ ଭତ୍ତା ବୃଦ୍ଧି,କର୍ମଚାରୀଙ୍କ ସୁରକ୍ଷା ଓ ବୀମା ସୁଧାର,ମାସିକ ୪ ଦିନ ଛୁଟି ମଞ୍ଜୁର ଆଦି ମୁଖ୍ୟ ଦାବୀ
