ସାରସକଣାରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ୫ ଦଫା ଦାବୀ ପତ୍ର ପ୍ରଦାନ, ଆନ୍ଦୋଳନ ଚେତାବନୀ
*ସାରସକଣା (ମୟୂରଭଞ୍ଜ), ୦୫/୧୦ :* ଆଜି ତା ୫ ରିଖ ରବିବାର ଦିନ ଝାରଖଣ୍ଡ ମୁକ୍ତି ମୋର୍ଚା ସାରସକଣା ବ୍ଲକ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାରସକଣା ବ୍ଲକ ବିଡିଓଙ୍କ ଜରିଆରେ ଏକ ୫ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରାଯାଇଛି।
ଦଳ ପକ୍ଷରୁ କୁହାଯାଇଛି ଯେ, ସାରସକଣା ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ରାସ୍ତା, ପୋଲ, ବନ୍ଧ, ସ୍କୁଲ ଓ କଲେଜ ଘର, ବିଭିନ୍ନ ବିଭାଗର କାର୍ଯ୍ୟାଳୟ, ଚାଷ ଜମି, ଘରବାଡି ଏବଂ ଧନଜୀବନର ବ୍ୟାପକ କ୍ଷତି ହୋଇଛି।
*ଝାମୁମୋର ୫ ଦଫା ଦାବୀ:*
*୧.* ଲଗାଣ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ସଠିକ ଆକଳନ କରି ମୋରଡ଼ା ନିର୍ବାଚନ ମଣ୍ଡଳୀ ତଥା ମୟୂରଭଞ୍ଜ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ରାଶି ଘୋଷଣା କରାଯାଉ।
*୨.* ବ୍ଲକରେ ଥିବା ସମସ୍ତ ହିତାଧିକାରୀଙ୍କୁ ଶୀଘ୍ର ଭତ୍ତା ପ୍ରଦାନ କରାଯାଉ।
*୩.* MMDR ବିଲକୁ ପ୍ରତ୍ୟାହାର କରାଯାଉ।
*୪.* ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାୟିତ୍ୱମୁକ୍ତ କରାଯାଉ।
*୫.* ମୁଖ୍ୟ ନିର୍ବାଚନ କମିଶନର ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ।
ଏହି ଦାବୀ ପୂରଣ ନ ହେଲେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦିଆଯାଇଛି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଭଗବାନ ହାଁସଦା, ପୂର୍ବତନ ସଭାପତି ଡମାନ ମୁର୍ମୁ, ବିକାଶ ବେରା, ଶଶାଙ୍କ ଗିରି, ଶ୍ୟାମପଦ ଗିରି, ଶିବ ଶଙ୍କର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।
