ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସୈମ୍ୟାଶ୍ରୀ ହତ୍ୟା ଘଟଣାରେ କଂଗ୍ରେସ ଭବନରେ ସଭାପତି ଭକ୍ତ ଚରଣ ଦାସ ଆଶନ୍ତା ଗୁରୁବାର ଓଡ଼ିଶା ବନ୍ଦ ନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେବା ପରେ ଆଜି ସନ୍ଧ୍ୟା ରେ ବିଜୁ ଜନତା ଦଳ ତରଫରୁ ଆଶନ୍ତା କାଲି ଅର୍ଥାତ୍ ବୁଧବାର ସକାଳ ୬ଟା ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସୋର ବନ୍ଦ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ପାଇଁ ସାଧାରଣ ଜନତା ହରଡ଼ଘଣାରେ ପଡ଼ିଛନ୍ତି। ସୋର ବନ୍ଦ ଘୋଷଣା ପରେ ଆଜି ପେଟ୍ରୋଲ ପମ୍ପ, ପରିବା ଓ ଗ୍ରୋସରୀ ଦୋକାନ ଆଗରେ ନାହଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ପରିବା ଦୋକାନ ଏଭଳି ଭିଡ ଦେଖି ଦୋକାନୀ ମାନେ ଅଧିକ ଟଙ୍କା ରେ ପରିବା ବିକୁଛନ୍ତି। ଆଗରୁ ଅବଗତ କରାଇ ଏଭଳି ନିଷ୍ପତ୍ତି ନିଆଯିବାରଥିଲା ବୋଲି ମତ ପ୍ରକାଶ ପାଇଛି। ଦୁଇ ଦିନ ବନ୍ଦ ଫଳରେ ସରକାରୀ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି।
