ଦେବକୁଣ୍ଡରେ କ୍ଷୟକ୍ଷତିର ସମୀକ୍ଷା କଲେ ମନ୍ତ୍ରୀ ବିଧାୟକ
ଉଦଳା,୦୪/୧୦(ନିପ୍ର):ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ମା’ ଅମ୍ବିକାଙ୍କ ଗୁପ୍ତ ଶକ୍ତିପୀଠ ଦେବକୁଣ୍ଡରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ମୟୂରଭଞ୍ଜ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଉଦଳା ବିଧାୟକ ଭାସ୍କର ମଢେଇ। ଭାଙ୍ଗିଯାଇଥିବା ପୋଲର ପୁନଃନିର୍ମାଣ ଓ ମନ୍ଦିରର ମରାମତି ପାଇଁ ଆବଶ୍ୟକ ଅର୍ଥର ଆକଳନ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସରକାର ଖୁବଶୀଘ୍ର ଅର୍ଥ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
