ସତ୍ୟ ରାତିରେ ସୂର୍ଯ୍ୟ ଉଇଁଲା ଦିନେ
ଅହିଂସା ଫୁଟିଲା ତାଙ୍କରି ମନେ
ଭାରତ ମାଟିର ପବିତ୍ର କୋଳେ
ଗାନ୍ଧୀ ଆସିଲେ ଆଲୋକ ଢାଳେ
ଚରଖା ଚକ୍ର ଘୁରିଲା ଧୀରେ
ସୋଦେଶୀ ସପ୍ନ ଜାଗିଲା ହୃଦୟରେ
ସତ୍ୟାଗ୍ରହରେ ଦୀପ ଜଳାଇ
ପରାଧୀନର ରାତି ଦେଲେ କଟାଇ
ହାତେ ନଥିଲା ଅସ୍ତ୍ର କୀ ଖଡ୍ଗ
ସତ୍ୟ ଥିଲା ତାଙ୍କ ଶେଷ୍ଠ ସୋଭାଗ୍ୟ
ସତ୍ୟା ଗ୍ରହର ତରଙ୍ଗ ଉଠିଲା
ଯେବେ ଦାଶତ୍ତ୍ୱ ର ଶୃଙ୍ଖଳ ଟଳ ମଳ ହେଲା ତ ତେବେ
ତ୍ୟାଗର ତପସ୍ୟା ସତ୍ୟର ସାଧନା
ଗଢିଲେ ଭାରତର ନୂତନ ଚେତନା
ହେ ବାପୁ ତୁମେ ଜାତିର ଜ୍ୟୋତି
ତୁମ ଆଦର୍ଶ ଆମରି ସ୍ମୃତି
ତୁମ ବାଣୀ ଗଙ୍ଗାର ଧାରା
ଧୋଇଦିଅ ମନର କଳୁସତା ସାରା
ଆଜି ତୁମ ଜନ୍ମଦିନେ ନେବୁ ଶପଥ
ସତ୍ୟ ଅହିଂସା ହେଉ ଜୀବନର ପଥ
ତୁମ ସପ୍ନର ସୁବର୍ଣ୍ଣ ଭାରତ
ଗଢ଼ିବୁ ଆମେ ଏହି ମହାବ୍ରତ।
କୁନି ଲେଖକ
ସାଇରାଜ ସାହୁ
ଚାନ୍ଦବାଲି, ଭଦ୍ରକ
