ଗଜପତି (ଟିକି ଲିମା) : ଗଜପତି ଜିଲ୍ଲା କାଶୀନଗର ଓ ଗୁମ୍ମା ବ୍ଲକ କୁ ସଂଯୋଗ କରୁଥିବା 17 ଗୋଟି ଏରିଆ କୁ ନେଇ କିମ୍ବୁସିଂ ଏରିଆ ର କୁସୁମଗୁଡା ଗ୍ରାମରେ ଆଗାମୀ 2028 ମସିହା ରେ ଏକ ମହାଶୋଭା ର ଆୟୋଜନ କରିବା ପାଇଁ ପ୍ରସ୍ତୁତି ବୈଠକ ର ଆୟୋଜନ କରାଗଲା ଏହି ମିଟିଙ୍ଗ ରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଚେଇରମେନ ଗାବାରା ତିରୁପତି ରାଓ, ଗୁମା ବ୍ଲକ ଅଧକ୍ଷା ସୁନେମି ମଣ୍ଡଳ କାଶୀନଗର ବ୍ଲକ ଅଧକ୍ଷା ବି. ସାୟାମ୍ମା ଏବଂ ସରପଞ୍ଚ କେ.ତେଜା, ଅଖିଳ ପାତ୍ର ଏବଂ ଅନେକ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଏବଂ 17 ଗୋଟି ଏରିଆ ର କର୍ମକର୍ତ୍ତା କର୍ମକର୍ତ୍ତୀ ଗଣ ମାନେ ଏବଂ ଗ୍ରାମ ବାସି ଉପସ୍ଥିତ ରହି ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ମୋହଦୟ ଙ୍କୁ ଚିଟି ମାଧ୍ୟମରେ ଅନୁରୋଧ କରି ମହାଶୋଭା ରେ ଯେଉଁ ଯେଉଁ ସମସ୍ୟା ରହିଛି ମୁଖ୍ୟ ତ ପାଣି ର ସମସ୍ୟା ଓ ରାସ୍ତାର ସମସ୍ୟା ଗୋଟି ଗୋଟି କରି ବିଧାୟକ ଙ୍କୁ ଜଣାଇଲେ ବିଧାୟକ ମହାଦୟ ପାଣି ଓ ରାସ୍ତାର ସମସ୍ୟା ଯଥା ଶୀଘ୍ର କରିବି କହି ପ୍ରତିଶୃତି ଦେଲେ ଏବଂ ନିଜ ତରଫରୁ ଆଗାମୀ 2028 ମହାଶଭା ରେ ଯେଉଁ ଜନସାଧାରଣ ଉପସ୍ଥିତ ହେବେ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ମେଡିକାଲ ଟିମ ଜଗାଇ ଦେବି ବଳି ପ୍ରତିଶୃତି ଦେଲେ ।
