ଏସ୍ବିଆଇ ବଜାର ଶାଖାରେ କାର୍ ଏକ୍ସପୋ ଉଦ୍ଘାଟିତ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଆଜି ଏସ୍ବିଆଇ ବଜାର ଶାଖା ପରିସରରେ ଏକ କାର୍ ଏକ୍ସପୋ ଉଦ୍ଘାଟିତ ହୋଇଛି। ଏସ୍ବିଆଇର ଆର୍ଏମ୍ ଶ୍ରୀ ହରିକୃଷ୍ଣ ପଣ୍ଡା ଏହି କାର୍ ଏକ୍ସପୋକୁ ଉଦ୍ଘାଟନ କରିଥିଲେ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରଫେସର ସନ୍ଦୀପ୍ତ କୁମାର ନାୟକ, ଲାୟନ୍ ବିଭୂତି ଭୂଷଣ ସିଂହଦେଓ ଏବଂ ଶୁଭ୍ରାଂଶୁ ଶେଖର ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଏକ୍ସପୋରେ ବିଭିନ୍ନ କାର୍ ମଡେଲ୍ ସହିତ ଏସ୍ବିଆଇର ଅଟୋ ଲୋନ୍ ଓ ଗ୍ରାହକଙ୍କ ପାଇଁ ଉପଲବ୍ଧ ଆର୍ଥିକ ସୁବିଧା ସମ୍ପର୍କରେ ସୂଚନା ଦିଆଯାଇଥିଲା। କାର୍ କିଣିବାକୁ ଇଚ୍ଛୁକ ଗ୍ରାହକମାନେ ଏକ୍ସପୋ ପରିଦର୍ଶନ କରି ବିଭିନ୍ନ ମଡେଲ୍ ଓ ଋଣ ସୁବିଧା ସମ୍ପର୍କରେ ଜାଣିପାରିବେ।
