କାଲିମେଳା – ୨୯/୯/୨୦୨୬
ଭେଙ୍କଟାପଲ୍ଲମରେ କାଲିମେଳା ପୋଲିସର ବଡ଼ ଚଢ଼ାଉ।୩୨ ଟି ଗାଈ ଜବତ୍।
ଆଜି ଏକ ବିଶେଷ ସୂତ୍ରରୁ ଖବର ପାଇ ଗାଈ ବିକ୍ରି ସମୟରେ ଭେଙ୍କଟାପଲ୍ଲମରୁ କାଲିମେଳା ପୋଲିସ ୩୨ ଟି ଗାଈ ଜବତ୍ କରିଛି। କାଲିମେଳା ପୋଲିସ ପାଖରେ ଖବର ଥିଲା କାଲିମେଳା ଥାନା ଅନ୍ତର୍ଗତ ଭେଙ୍କଟାପଲ୍ଲମ ଅଞ୍ଚଳରେ କିଛି ଗୋ ମାଫିଆ ବେଆଇନ ଭାବେ ଗାଈ ଜମା କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଖବର ପାଇ କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ଏବଂ ତାଙ୍କ ଟିମ୍ ଭେଙ୍କଟାପଲ୍ଲମରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ସେଠାରୁ ୩୨ ଟି ଗାଈ ଉଦ୍ଧାର ହୋଇଛି।ଗାଈ ଗୁଡ଼ିକ ଅତି ଦୟନୀୟ ଅବସ୍ଥାରେ ରଖାଯାଇଥିଲା। ଏହାପରେ ଗାଈ ଗୁଡ଼ିକୁ ପଶୁ ଚିକିତ୍ସଙ୍କ ଦ୍ୱାରା ଚିକିତ୍ସା ଯୋଗାଇ ଦିଆଯାଇଥିଲା।ଏହି ଗୋଚାଲାଣ ପଛରେ ଆନ୍ତଃରାଜ୍ୟ ରାକେଟ ଥିବା ସନ୍ଦେହ କରିଛି କାଲିମେଳା ପୋଲିସ।ପଶୁ ଆଇନ ୧୯୬୦ ଅନୁସାରେ ୨୩୮/୨୬ ରେ କାଲିମେଳା ଥାନାରେ ଏକ ମାମଲା ରୁଜୁ ହୋଇଛି। ତଦନ୍ତ ପରେ ସଠିକ୍ ତଥ୍ୟ ଜଣାପଡ଼ିବ ବୋଲି କହିଛନ୍ତି କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ।ଏହି ଚଢ଼ାଉ ପରେ ଜଣାପଡ଼ୁଛି ଗୋ ମାଫିଆକୁ ଆଉ ମାଫ ନାହିଁ। କାଲିମେଳାରୁ ସୁକୁମାର ମଣ୍ଡଳଙ୍କ ରିପୋର୍ଟ ଭଞ୍ଜଦୂତ ଖବର
