ନୁଦଡିହା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି
ବାରିପଦା ,( )କପ୍ତିପଦା ଅଞ୍ଚଳ ପୂର୍ବତନ ବ୍ଲକ ଉପାଧ୍ୟାକ୍ଷା ନୁଦଡିହା ର ଗାନ୍ଧୀ ସ୍ବର୍ଗତ ହରେକୃଷ୍ଣ ମହାନ୍ତି ଙ୍କ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ଦ୍ବାରା ପ୍ରତିଷ୍ଠିତ ପ୍ୟାରେଜ୍ ପାର୍ବ ମଞ୍ଚରେ ଅନୁଷ୍ଠିତ ହୋଇଥିଲ! କପ୍ତିପଦା ଅଞ୍ଚଳ ର ଶତାଧିକ ଜରେକୃଷ୍ଣ ଅନୁଗାମୀ ଓ ଯୁବଗୋଷ୍ଠୀ ଓ ନାରୀଗୋଷ୍ଠୀ ଆଯୋଜିତ ସଭାରେ ବିଶିଷ୍ଟ ଅରିଷ୍ଟ ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗଣନାଥ
ମହାନ୍ତି , ପ୍ରଫୁଲ ଚନ୍ଦ୍ର ମହାଳିକ, ସୁଧାଂଶୁ କୁମାର ଦାସ, ଗୌରଚନ୍ଦ୍ର ଦାସ, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ମନୋରଞ୍ଜନ ମଳିକ, କା, ସଚ୍ଚିଦ୍ର ପରିଡ଼ା, ବିଦ୍ୟାଧର ଜେନା, ସର୍ବେଶ୍ୱର ରାଉତ, ପ୍ରାଧ୍ୟାପକ ଭୋଳାନାଥ ସାହୁ, ନାରାୟଣ ମାଣ୍ଡି ପ୍ରମୁଖ ମଞ୍ଚାସୀନ ହୋଇ ସ୍ବର୍ଗତ ମହାନ୍ତିଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରକାଶ ଆଳତି, ସ୍ବର୍ଗତ ମହାନ୍ତି ନୁଦଡିହ ହା ଅଞ୍ଚଳରେ ଦୁଇଟି ମହାବିଦ୍ୟାଳୟ, ୩ଟି ଉଚ୍ଚ ବିଦ୍ୟାଳୟ, ନାରୀ ଶିକ୍ଷାର ବିକାଶ
ନିମନ୍ତେ ଗୋଟିଏ ବାଳିକା ଉଚ୍ଚ ବିଦ୍ୟାଳୟ, ଉନ୍ନତମାନର ପଞ୍ଚାୟତ କାର୍ଯ୍ୟାଳୟ ପ୍ୟାରେଜ୍ ପାର୍କ ପ୍ରଭୃତି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିସହିତ ନୁଦଡିହା ଅଞ୍ଚଳକୁ ବ୍ଲକର ମାନ୍ୟତା ଓ ଡାକ୍ତରଖାନା ପ୍ରତିଷ୍ଠା କରିବା ଦିଗରେ ଉଦ୍ୟମ ଜାରି ରଖୁଥିଲେ । ତାଙ୍କ ଅଧୁରା ସପନ୍ନ୍ନ କୁ ସାକାର କରିବାକୁ ଯୁବଶକ୍ତି ଆଗେଇ ଆସିବାକୁ ଅତିଥିମାନେ ଆସ୍ଥାନ ଦେଇଥିଲେ । ସ୍ବର୍ଗତ ମହାରିଙ୍କ ଜ୍ୟେଷ୍ଠ ପୁତ୍ର ବାରିପଦା ଓକିଲ ବିଦ୍ୟୁତ କୁମାର ମହାନ୍ତି ଅତିଥିମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
