ସେବା ସଂକଳ୍ପ ଅଭିଯାନ ୧୩ ନିର୍ମାଣ ଶ୍ରମିକଙ୍କୁ ୧୨.୬୩ ଲକ୍ଷ ସହାୟତା।
ଓଡ଼ାପଡ଼ା (ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଓଡ଼ାପଡ଼ା : ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ,ଢେଙ୍କାନାଳ ପକ୍ଷରୁ “ସେବା ସଂକଳ୍ପ ଅଭିଯାନ’ ଅନୁଷ୍ଠିତ ହୋଇଛି। ଓଡ଼ାପଡ଼। ପଞ୍ଚାୟତ ସମିତି ପରିସରରେ ଆୟୋଜିତ ଏହି ଶିବିରରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ଓ ମନୋନୀତ ବ୍ୟକ୍ତିଙ୍କୁ ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଏଏସ୍ ପ୍ରୋବେସନର ସୁଧା ଚୌହାନ,ଆରକ୍ଷୀ ଅଧୀକ୍ଷକ ଅଜିଙ୍କ୍ୟା ବାବୁରାଓ ମାନେ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପ୍ତିରଞ୍ଜନ ସେଠୀ,ଓଡ଼ାପଡ଼ା ବିଡିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ,ଜିଲ୍ଲା ଶ୍ରମ ଅଧିକାରୀ ତପନ କୁମାର ସୂତାର ଏବଂ ସହ ଶ୍ରମ ଅଧିକାରୀ ଭବାନୀ ଶଙ୍କର ବେଜ୍ ୫୦ ହିତାଧିକାରୀଙ୍କୁ ପରିଚୟପତ୍ର ପ୍ରଦାନ ସହ ହିନ୍ଦୋଳ ବିଧାୟୀକାଙ୍କ ପ୍ରତିନିଧି ତଥା ଜିଲ୍ଲା ଉପସଭାପତି ସହଦେବ ପୃଷ୍ଟି ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ,ବ୍ଲକ ଉପାଧ୍ୟକ୍ଷ ଅମିତାଭ ସ୍ବାଇଁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ୨ ଜଣ ଆବେଦନକାରୀଙ୍କୁ ଶିକ୍ଷା ସହାୟତା ବାବଦରେ ୪୮ ୪୮ ହଜାର ୪୦୦ ଟଙ୍କା,୪ ଜଣଙ୍କୁ ବିବାହ ସହାୟ ସହାୟତା ବାବଦରେ ୨ ଲକ୍ଷ ଟଙ୍କା,୪ ଜଣ ମନୋନୀତ ନୋନୀତ ବ୍ୟକ୍ତିଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ୧୦ ଲକ୍ଷ ଟଙ୍କା ଏବଂ ୩ ଜଣଙ୍କୁ ଦରେ ୧୫ ଅତ୍ୟେଷ୍ଟିକ୍ରିୟା ସହାୟତା ) ବାବଦରେ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହିପରି ମୋଟ୍ ୧୩ ଜଣ ହିତାଧିକାରୀଙ୍କୁ ୧୨ ଲକ୍ଷ ୬୩ ହଜାର ୪୦୦ ଟଙ୍କାର ସହ ସହାୟତା ରାଶି ଏନ୍ଏଫ୍ଟି ମାଧ୍ୟମରେ ରେ ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ ପ୍ରଦାନ କରାଯାଇଛି। ଏ ସହ ହ ୫୦ ଜଣ ହିତାଧିକାରୀଙ୍କୁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପରିଚୟପତ୍ର ପ୍ରଦାନ କରାଯାଇଥିଲା।
