*ଅବସର ପ୍ରାପ୍ତ ଶିକ୍ଷକନେତା ଙ୍କ ଦେହାନ୍ତ ରେ ଶୋକ ପ୍ରକାଶ ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି*
ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ତା୨୯. ୯.୨୦୨୬
ଢେଙ୍କାନାଳ ଜିଲ୍ଲା ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଢେଙ୍କାନାଳ ର ପୂର୍ବତନ ଯୁଗ୍ମ ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ,ତାଙ୍କ କନିଷ୍ଠ ପୁତ୍ର ରୂପକ ଙ୍କ ସରକାରୀ ବାସଭବନ ରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେପ୍ଟେମ୍ବର ମାସ ୨୪ ତାରିଖ ଅପରାହ୍ନ ୨ ଟା ସମୟରେ ୭୫ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ତାଙ୍କ ଅନ୍ତେଷ୍ଟି କ୍ରିୟା ପୁତ୍ର ଦୀପକ, ଅଞ୍ଜନ, ରୂପକ ଙ୍କ ସହିତ ସମସ୍ତ ବନ୍ଧୁ ବାନ୍ଧବ , ଆତ୍ମୀୟ ସଜ୍ଜନ ଓ ଅବସରପ୍ରାପ୍ତ ଶିକ୍ଷକ ନେତା ଙ୍କ ଉପସ୍ଥିତି ରେ ହିନ୍ଦୋଳରୋଡ ନିକଟସ୍ଥ ପୋଡାପଡା ଗ୍ରାମ ରେ କରାଯାଇଥିଲା। ତାଙ୍କ ବିୟୋଗ ରେ ଅବସର ପ୍ରାପ୍ତ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ର ରାଜ୍ୟ ଉପସଭାପତି ଭଗବାନ ସାହୁ, ଶିକ୍ଷକନେତା ମଙ୍ଗୁଳି ଚରଣ ବିଶ୍ବାଳ, ଗୋଲକ ବିହାରୀ ମହାନ୍ତି, ବଂଶୀଧର ଦାସ, ପ୍ରାକ୍ତନ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶରତ ଚନ୍ଦ୍ର ରଥ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଗଭୀର ଶୋକ ପ୍ରକାଶ କରି ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ପରିବାରବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ସ୍ବର୍ଗତ ରାଉତ ଙ୍କୁ ଜ୍ୟେଷ୍ଠ ପୁତ୍ର ଦୀପକ ମୁଖାଗ୍ନି ଦେଇଛନ୍ତି। ତାଙ୍କ ବିୟୋଗ ରେ ଢେଙ୍କାନାଳ ଜିଲ୍ଲା ଶିକ୍ଷକ ମାନଙ୍କ ମହଲରେ ଶୋକ ର ଛାୟା ଖେଳିଯାଇଛି।
