ଯନ୍ତ୍ରଣା ଦେଉଛି କାନଫଟା ଡିଜେ ।
ଢ଼େଙ୍କାନାଳ ସଦର : ପାର୍ବଣ ଋତୁ ଆରମ୍ଭହୋଇଯାଇଛି। ଗଣେଶ ପୂଜା ଓ ବିଶ୍ଵକର୍ମା ପୂଜା ସରିଥିବାବେଳେ ଆଗକୁ ମା’ ଦୁର୍ଗାଙ୍କ ପୂଜା ଆସୁଛି। ଏହି ସମୟରେ ବିବାହ,ପୂଜା, ମେଳା ଓ ଭସାଣି ଶୋଭା ଯାତ୍ରାରେ ଡିଜେ ସାଉଣ୍ଡର ବ୍ୟବହାର ବଢ଼ିଥିବାବେଳେ ଅତ୍ୟଧିକ ଶବ୍ଦ ଯୋଗୁ ସାଧାରଣ ଜନଜୀବନ ଅତିଷ୍ଠ ହୋଇଥିବା ଅଭିଯୋଗ ହେଉଛି। ସରକାରୀ ନିୟମ ଅନୁଯାୟୀ ଶବ୍ଦର ସୀମା ନିର୍ଦ୍ଧାରିତ ଥିଲେ ମଧ୍ୟ ତାହାର ଉଲଂଘନ ରୋକାଯାଇ ପାରୁନଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀ ଓ ସାଧାରଣ ମହଲରେ ପ୍ରକାଶ ପାଇଛି। ଆଧୁନିକତାର ଦ୍ବାହି ଦେଇ ଯୁବପିଡ଼ି ଡିଜେ ସାଉଣ୍ଡ ପ୍ରତି ଆକୃଷ୍ଟ ହେଉଥିବାବେଳେ ବିବାହ,ପୂଜା,ମେଳା ଓ ଭସାଣି ଶୋଭାଯା ଯାତ୍ରା ଡିଜେ ବିନା ଅଧୁରା ଲାଗୁଥିବା ପରିଲକ୍ଷିତ ହେଉଛି। ଯୁବପିଢ଼ି ପାଇଁ ଡିଜେ ଆକର୍ଷଣର କେନ୍ଦ୍ର ପାଲଟିଥିବା ବେଳେ ବୃଦ୍ଧବୃଦ୍ଧାଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ହୋଇଛି। ଅନ୍ୟପକ୍ଷରେ,ଡିଜେ ମାଲିକଙ୍କ ପାଇଁ ଏହା ଭଲ ରୋଜଗାରର ପନ୍ଥା ପାଲଟିଛି। ପ୍ରତିବର୍ଷ ଗଣେଶ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଥାଏ। ଖୁଦୁରୁକୁଣୀ,ବିଶ୍ୱକର୍ମା ପୂଜା,ଦୁର୍ଗାପୂଜା,ଗଜଲକ୍ଷ୍ମୀ ପୂଜା,କାଳୀପୂଜା,କାର୍ତ୍ତିକେଶ୍ୱର ପୂଜା ଓ ମାଣବସା ଗୁରୁବାର ଲକ୍ଷ୍ମୀପୂଜା ଆଦି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭସାଣି ଶୋଭାଯାତ୍ରା ଆୟୋଜିତ ହୋଇଥାଏ। ଶୋଭାଯାତ୍ରାରେ ଡିଜେ ସାଉଣ୍ଡ ଓ ମ୍ୟୁଜିକ୍ ପାର୍ଟି ପ୍ରମୁଖ ଆକର୍ଷଣ ପାଲଟୁଛି ଅତିଷ୍ଠ ଜନଜୀବନ । ଶବ୍ଦରୁ ରକ୍ଷା ପାଇଁ ଡିଜେ କିମ୍ବା ମ୍ୟୁଜିକ୍ ପାର୍ଟି ନଆସିଲେ ଭସାଣି ଶୋଭାଯାତ୍ରା ଆୟୋଜନ ହୋଇପାରୁନଥିବା ଅଭିଯୋଗ ହେଉଛି। ବିବାହ ଓ ପାର୍ବଣ ସମୟରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ୬୫ ଡେସିବେଲରୁ ଅଧିକ ଶବ୍ଦ ନକରିବାକୁ ନିୟମ ରହିଥିଲେ ମଧ୍ୟ ଏହାର ଠିକ୍ ଭାବେ ପାଳନ ହେଉନଥିବା ଅଭିଯୋଗ ହୋଇଛି କାନଫଟା ଶବ୍ଦ ଯୋଗୁ ମୁଣ୍ଡବ୍ଯଥା ହେଉଥିବା ବେଳେ ଆଉ କେହି ଆମୃପ୍ତି ଅନୁଭବ କରୁଥିବା ଅଭିଯୋଗ ରହିଛି। ଅନ୍ୟପକ୍ଷରେ,ଡିଜେର ତାଳେ ତାଳେ ଯୁବପିଢ଼ି ଉତ୍ସାହର ସହ ନୃତ୍ୟ କରୁଛନ୍ତି। ତିଜେ ବନ୍ଦ କଲେ ମଧ୍ୟ ଅନେକେ ଏଥିରୁ ମୁକ୍ତି ପାଇପାରୁନଥିବା କହିଛନ୍ତି। ଅନେକ ମେଡ଼ର ସମୂହ ଭସାଣି ଶୋଭାଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପୋଲିସ ଉପସ୍ଥିତ ରହୁଥିଲେ ମଧ୍ୟ କାନଫଟା ଡିଜେ ସାଉଣ୍ଡ ବନ୍ଦ କରାଯାଉ ନଥିବା ଅଭିଯୋଗ ହୋଇଛି। ଏପରିକି ବିବାହ ଓ ପାର୍ବଣ ସମୟରେ ଅଧିକ ଶବ୍ଦ ପ୍ରଦୂଷଣ ନକରିବାକୁ ବ୍ୟକ୍ତି ବିଶେଷଙ୍କଠାରୁ ଲିଖିତ ପ୍ରତିଶ୍ରୁତି ନିଆଯାଇ ପୋଲିସ ଓ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଉଥିଲେ ମଧ୍ୟ ତାହା ପାଳନ କରାଯାଉନାହିଁ। ତେଣୁ,ଏବେଠାରୁ ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ଡିଜେ ଉପରେ କାର୍ଯ୍ୟାନୁଷ୍ଠାନ ସହ ଜନ ସାଧାରଣଙ୍କୁ ସଚେତନ କରାନଗଲେ ଆଗାମୀ ଦିନରେ ଏହା ଗୁରୁତର ସମସ୍ୟାର ରୂପ ନେଇପାରେ ବୋଲି ଅଞ୍ଚଳରେ ମତପ୍ରକାଶ ପାଇଛି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
