ଗନ୍ଧମାର୍ଦନ ସୁରକ୍ଷା ପାଇଁ ଗାଇସିଲେଟରେ ଆନ୍ଦୋଳନ ଡାକରା
ଗଠିତ ହେଲା ‘ଗନ୍ଧମାର୍ଦନ ସୁରକ୍ଷା ଆକ୍ସନ କମିଟି’
ବରଗଡ :(ନି ପ୍ର )ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧୀନ ଗାଇସିଲେଟ ବ୍ଲକରେ ଗନ୍ଧମାର୍ଦନର ସୁରକ୍ଷା ଓ ସଂରକ୍ଷଣ ଦାବିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଏହି ବୈଠକ ରେ ଚାଷୀ ଶ୍ରମିକ ନେତା ଅରବିନ୍ଦ ପଣ୍ଡା ସଭାପତିତ୍ବ କରିଥିଲେ l ଏହି ଅବସରରେ **‘ଗନ୍ଧମାର୍ଦନ ସୁରକ୍ଷା ଆକ୍ସନ କମିଟି, ଗାଇସିଲେଟ ବ୍ଲକ’**ର କର୍ମକର୍ତ୍ତା ଗଠନ କରାଯାଇଥିବା ବେଳେ ଗନ୍ଧମାର୍ଦନ ସୁରକ୍ଷା ପାଇଁ ସଂଗଠିତ ଭାବରେ ଜନସଚେତନତା କରାଯାଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l
ସଭାରେ ଗନ୍ଧମାର୍ଦନର ପ୍ରାକୃତିକ ପରିବେଶ, ଜୈବ ବିବିଧତା, ଜଳସମ୍ପଦ ଓ ଏହା ସହ ଜଡ଼ିତ ଐତିହାସିକ ଓ ସାଂସ୍କୃତିକ ଗୁରୁତ୍ୱ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଗନ୍ଧମାର୍ଦନ ସମ୍ପର୍କିତ ପୂର୍ବରୁ ପ୍ରକାଶିତ ବିଭିନ୍ନ ଦଲିଲ ଓ ପ୍ରଚାରପତ୍ରରେ ଉଲ୍ଲେଖିତ ଖଣି ସମ୍ପର୍କିତ ଘଟଣାବଳୀ, ପୁରୁଣା ସରକାରୀ ଆଲୋଚନା ଓ ଆଇନଗତ ପ୍ରସଙ୍ଗ ମଧ୍ୟ ସଭାରେ ଉଠିଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆବାହକ ରାଜୁ ଘିବେଲା ଉପସ୍ଥିତ ଥିଲେ ରାଜୁ ଘିବେଲା, ଅରବିନ୍ଦ ପଣ୍ଡା,ପ୍ରଣୟ କୁମାର ସାହୁ, କିଶୋର ଦେବତା, ଧବଳେଶ୍ୱର ସାହୁ, କୀର୍ତନ୍ୟ ଦାଶ, ବାବା ଯଶଲାଲ, ସୁଶୀଲ ନାଏକ, ଗୌରହରି ମିଶ୍ର,ଶଙ୍କର ନନ୍ଦ, ଲିଙ୍ଗରାଜ ପଧାନ,କବିତା ସୁନା ମଂଚାସୀନ ଥିଲେ l
ଏଥିସହ ଗନ୍ଧମାର୍ଦନ ସମ୍ପର୍କରେ ସରକାରୀ M.O.U., ଖଣି ସମ୍ପର୍କିତ ପ୍ରସ୍ତାବ ଓ MMDR ବିଲ କୁ ରଦ୍ଦ କରିବା ପାଇଁ ସର୍ବ ସମ୍ମତି କ୍ରମେ ସଭାରେ ଯୋଗଦେଇଥିବା ଯୁବକ, ଚାଷୀ, ସାମାଜିକ କର୍ମୀ ଓ ସଚେତନ ନାଗରିକମାନେ ଗନ୍ଧମାର୍ଦନ ସୁରକ୍ଷା ପ୍ରସଙ୍ଗରେ ନିଜ ମତାମତ ରଖିଥିଲେ। ଆଗାମୀ ଦିନରେ ଗାଇସିଲେଟ ବ୍ଲକର ବିଭିନ୍ନ ଅଞ୍ଚଳରେ ଜନସଚେତନତା କାର୍ଯ୍ୟକ୍ରମ ପଦକ୍ଷେପ ନେବା ନେଇ ଆଲୋଚନା ହୋଇଥିଲା।
ଏହି ଅବସରରେ ଗନ୍ଧମାର୍ଦନ ସୁରକ୍ଷା ଆକ୍ସନ କମିଟି, ଗାଇସିଲେଟ ବ୍ଲକର କର୍ମକର୍ତ୍ତାମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। କମିଟି ର ବ୍ଲକ ଆବାହକ ଅରବିନ୍ଦ ପଣ୍ଡା, ଉପଦେଷ୍ଟା କମିଟି ରେ ପ୍ରଣୟ କୁମାର ସାହୁ, କିଶୋର ଚନ୍ଦ୍ର ଦେବତା, କୀର୍ତନ୍ୟ ଦାଶ, ମୋହନ ସିଂ ବରିହା, ପ୍ରସନ୍ନ କୁମ୍ଭାର, ଖଗେଶ୍ୱର ସା, ଖିରୋଦ୍ର କୁମାର ସାହୁ, ଗୌରୀ ଶଙ୍କର ପ୍ରଧାନ, ପ୍ରମୋଦ ଦେବତା,ଚୈତନ୍ୟ ସାହୁ, ଡୋଲାମଣୀ ସାହୁ କାର୍ଯ୍ୟକାରୀ କମିଟି ର ଯୁଗ୍ମ ଆବାହକ ଶଙ୍କର ନନ୍ଦ,ଯୁଗ୍ମ ଆବାହକ ସରୋଜ ସାହୁ, ଯୁଗ୍ମ ଆବାହକ ଗୌରହରୀ ଭୋଇ, ଯୁବ ଆବାହକ ଗଜପତି ସାହୁ,ଯୁବ ଆବାହକ ଶୋଭାକର ସାହୁ ବ୍ଲକ ସ୍ତରୀୟ କମିଟି ଗଠନ କରାଯାଇ ଦାୟିତ୍ୱ ପ୍ରଦାନ କରାଯାଇଥିଲା l ଗନ୍ଧମାର୍ଦନର ସୁରକ୍ଷା ପ୍ରସଙ୍ଗରେ ଲୋକଙ୍କ ମତାମତ ଓ ସୁରକ୍ଷା ପାଇଁ ଏକଜୁଟ ହେବା ପାଇଁ ସଭାରେ ବକ୍ତାମାନେ କହିଥିଲେ ଯେ, ଗନ୍ଧମାର୍ଦନ ସୁରକ୍ଷା ଏକ ଦୀର୍ଘମିଆଦୀ ଜନସ୍ୱାର୍ଥ ପ୍ରସଙ୍ଗ। ତେଣୁ ଦଳ, ମତ ଓ ବ୍ୟକ୍ତିଗତ ଭିନ୍ନତାକୁ ଦୂରେ ରଖି ସମସ୍ତେ ସାମିଲ ହେବା କୁ ଆହ୍ୱାନ l ଗାଇସିଲେଟ ବ୍ଲକ ର ସମସ୍ତ ଗ୍ରାମ ପଂଚାୟତ ର ଆବାହକ ହେଲେ ପ୍ରଦୀପ ସାହୁ, ଉମେଶ ଯୋଶୀ, ଲେକୃ ସାହୁ, ଭକ୍ତ ବନ୍ଧୁ ମେହେର, ସନ୍ତୋଷ ମହାପାତ୍ର, ସମାରୁ ସାହୁ, ସଦାନନ୍ଦ ସାହୁ, ଘନ ତରିଆ, ଶିବ ପ୍ରସାଦ ପଧାନ, ହୃଷିକେଶ ସାହୁ, ଗୁପ୍ତେଶ୍ୱର ସାହୁ, ଛବିଲାଲ ଦୀପ, ଦୁଃଖିରାମ ସାହୁ, ଆଦିତ୍ୟ ପ୍ରଧାନ, ଉଜଳ ସାହୁ, ଜାନକୀ ବଲ୍ଳଭ ପଧାନ,ଲୁଚେନ୍ଦ୍ର ସାହୁ, ଆନନ୍ଦ ପଧାନ, ବୀରେନ୍ଦ୍ର ସାହୁ ପ୍ରମୁଖ ଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା l
“ଗନ୍ଧମାର୍ଦନ ବଞ୍ଚାଅ—ପ୍ରକୃତି ବଞ୍ଚାଅ” ବାର୍ତ୍ତା ସହ ଗାଇସିଲେଟ ବ୍ଲକରୁ ଗନ୍ଧମାର୍ଦନ ସୁରକ୍ଷା ଅଭିଯାନକୁ ଆହୁରି ସଂଗଠିତ କରିବା ପାଇଁ କମିଟି ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ନେବାକୁ ଆଲୋଚନା ହୋଇଛି। ପୂର୍ବତନ ଆବାହକ ରାଜ କୁମାର ସେଠ ମଞ୍ଚ ପରିଚାଳନା କରିଥିଲେ l ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ଥିଲେ I
