**ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଡ଼ିଆ ଭାଷା-ସଂସ୍କୃତି ଓ ଜିତାମିତ୍ର ସିଂହଦେଓଙ୍କ ଅବଦାନ ସମ୍ପର୍କିତ ଆଲୋଚନାଚକ୍ର*
ନୂଆପଡା(ମିଖାଏଲ ନନ୍ଦ)
ତା:୨୭.୦୯
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଖଡ଼ିଆଳ ଗବେଷଣା ପ୍ରତିଷ୍ଠାନ ମିଳିତ ଆନୁକୂଲ୍ୟରେ ଓଡ଼ିଆ ଭାଷାଓ ସଂସ୍କୃତିକୁ ଜିତାମିତ୍ର ପ୍ରସାଦ ସିଂହଦେଓ ଙ୍କ ଅବଦାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି।ଏହି ସଭାରେ ଡ଼ଃ ସୁଶାନ୍ତ ବିଶି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ଜିତାମିତ୍ର ପ୍ରସାଦ ସିଂ ଦେଓ ଏକ ଅନୁଷ୍ଠାନ ଏବଂ ମାରାଗୁଡା ସଭ୍ୟତା ଠାରୁ ମହାନଦୀ ଉପତ୍ୟକା ପର୍ଯ୍ୟନ୍ତ ତାଙ୍କ ଗଭୀରତା କୁ ଅନୁଭବ କରିଥିଲେ। ନୂଆପଡ଼ା ଜିଲ୍ଲାର ମାରାଗୁଡା ସଭ୍ୟତା ବଞ୍ଚିଛି ଏବଂ ହଜାର ବର୍ଷ ବଞ୍ଚିବ, ଏହାର ଭଗ୍ନାବଶେଷ କୁ ଦେଖି ଏହା ଉପାନ୍ତ ନୁହେଁ ସମ୍ଭ୍ରାନ୍ତ ଅଞ୍ଚଳ ବୋଲି କହିବା ଆହ୍ୱାନ କରିଥିଲେ। ସଭାରେ ଖଡ଼ିଆଳ ଗବେଷଣା ପ୍ରତିଷ୍ଠାନ ସଭାପତି ସମ୍ମାନିତ ଅତିଥି ସଞ୍ଜିବନୀ ସୁଧା ରଥ ଯୋଗ ଦେଇଥିବା ବେଳେ ମୁଖ୍ୟ ଆଲୋଚକ ରୂପେ ଡଃ.ଫାନିନ୍ଦମ୍ ଦେଓ ଯୋଗ ଦେଇ ଶିକ୍ଷାର ଗଣତାନ୍ତ୍ରିକ ଉପରେ ଜିତାମିତ୍ର ପ୍ରସାଦ ସିଂ ଦେଇ ବିଶ୍ୱାସ କରୁଥିଲେ ବୋଲି କହିଥିଲେ। ଅନୁବାଦକ ରୂପେ ପ୍ରାକ୍ତନ ଅଧ୍ୟାପକ ଲୋହିତାକ୍ଷ ଯୋଶୀ, ଡଃ.ସାମୁଏଲ ଦାନୀ ଯୋଗ ଦେଇଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ ଯୁଗ୍ମ ନିର୍ଦ୍ଧେଶକ ସଂଜୟ କୁମାର ଛୁଆଲ ସିଂ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଏହି ଅବସରରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କିଶୋର ଅଗସ୍ନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଡଃ.ସୁଶାନ୍ତ କୁମାର ବିଆହିଙ୍କ ଦ୍ୱାରା ରଚିତ ପୁସ୍ତକ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଅଛି। ଏହି ଅବସରରେ ପାଳି ପ୍ରଗତି କଲେଜ ଅଧ୍ୟକ୍ଷ ରୁଦ୍ର ମାଧବ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ବରିଷ୍ଠ ସଙ୍ଗୀତଜ୍ଞ ନନ୍ଦଲାଲ ବାରିକ ସ୍ୱର୍ଗତ ସଙ୍ଗୀତ ଗାନ କରିଥିଲେ।
