ବୁର୍ଲା ହସ୍ପିଟାଲକୁ ୧୫ଟି ହ୍ୱିଲଚେୟାର ଦାନ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ସମ୍ବଲପୁର, ୨୧ ସେପ୍ଟେମ୍ବର: ଲାୟନ୍ସ କ୍ଲବ ଅଫ୍ ସମ୍ବଲପୁର ସେଣ୍ଟ୍ରାଲ ପକ୍ଷରୁ ଆଶୋକ ଜାଲାନ ଫାଉଣ୍ଡେସନର ସହଯୋଗରେ ବୁର୍ଲା ହସ୍ପିଟାଲ (VIMSAR)କୁ ୧୫ଟି ହ୍ୱିଲଚେୟାର ଦାନ କରାଯାଇଛି।
ଚଳାଚଳରେ ଅସୁବିଧା ଭୋଗୁଥିବା ରୋଗୀମାନଙ୍କୁ ସହାୟତା ଓ ସେମାନଙ୍କ ହସ୍ପିଟାଲ ଯାତ୍ରାକୁ ଅଧିକ ସୁବିଧାଜନକ କରିବା ଏହି ସେବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା।
ଏହି ଅବସରରେ ଡିଷ୍ଟ୍ରିକ୍ଟ ଗଭର୍ନର ଲାୟନ୍ ଚରଣଜିତ କୌର ହୁରା, ସଭାପତି ଲାୟନ୍ ନିହାଲ ଚନ୍ଦ ସୋନି, ସମ୍ପାଦକ ଲାୟନ୍ ରାମଚନ୍ଦ୍ର ସାରଦାଙ୍କ ସହ ଲାୟନ୍ ଓମ୍ ପ୍ରକାଶ ଅଗ୍ରୱାଲ, ଲାୟନ୍ ଗୋପାଳ ସାମନ୍ତରାୟ, ଲାୟନ୍ ନରେନ୍ଦ୍ର ଅଗ୍ରୱାଲ ଓ ଲାୟନ୍ ସୂର୍ଯ୍ୟକାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
