ସାରସକଣା/ଜାମଶଳା (ଅନିଲ କୁମାର ସାହୁ) : ଏଆଇଡିଏସଡି ପକ୍ଷରୁ ୧୩ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଶିକ୍ଷା,ସଂସ୍କୃତି,ମାନବତା ଉପରେ ଆକ୍ରମଣ ଦିନକୁ ଦିନ ବହୁଗୁଣିତ ହେବାରେ ଲାଗିଛି।କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ ଜାତୀୟ ଶିକ୍ଷାନୀତି -୨୦୨୦ କାର୍ଯକାରୀ ହେବା ପରଠାରୁ ବିଶେଷ କରି ସରକାରୀ ଶିକ୍ଷା ଓ ତାର ମୂଳ ନିଯ୍ୟାସ ପାଠ୍ୟକ୍ରମ ଉପରେ ବହୁବିଧ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।ଜାତୀୟ ଶିକ୍ଷାନୀତି ୨୦୨୦ ଜରିଆରେ ରାଜ୍ୟ ସରକାର ଶିକ୍ଷାର ଘରୋଇକରଣ ,ବ୍ୟବସାୟୀକରଣ,ସାମ୍ପ୍ରଦାୟିକରଣ,ଧନ୍ଧାମୁଖିକରଣ,କେନ୍ଦ୍ରୀକରଣ,କୁ ତରାନିତ୍ତ କରିବାକୁ ତତ୍ପର ରହିଛନ୍ତି।ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଦାବୀ ଅନୁଯାୟୀ ବନ୍ଦ ହୋଇଥିବା ସମସ୍ତ ସରକାରୀ ପ୍ରାଥମିକ ସ୍କୁଲ ଖୋଲିବା,ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ରେ ସ୍ଥାୟୀ କୁଳପତି ନିଯୁକ୍ତି ଓ ଅନ୍ୟ ସମସ୍ତ ବିଦ୍ୟାଳୟ ,ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ରେ ଶିକ୍ଷକ ,ଅଧ୍ୟାପକ ଏବଂ ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ପୂରଣ,ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ,ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ବସ ରେ ମାଗଣା ପାସ୍ ଯୋଗାଇବା,ୟୁଜିସି ଚିଠା ନିୟାମକ -୨୦୨୫ ତୁରନ୍ତ ବାତିଲ,ଶିକ୍ଷା ଧ୍ବଂସ କାରୀ ଜାତୀୟ ଶିକ୍ଷା ନୀତି – ୨୦୨୦ ତୁରନ୍ତ ବାତିଲ,ପ୍ରଥମ ଶ୍ରେଣୀରୁ ପାସ ଫେଲ ବ୍ୟବସ୍ଥା ପୁନଃ ପ୍ରଚଳନ,ଶିକ୍ଷାର ଘରୋଇକରଣ ଏବଂ ବ୍ୟବସାୟୀକରଣ,ଫିସ ବୃଦ୍ଧି ବନ୍ଦ,ଛାତ୍ରଛାତ୍ରୀ ମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା, ଅଶ୍ଲିଳତା,ଅପସଂସ୍କୃତି ଓ ମଦ ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ, ଚାରିବର୍ଷୀୟା ଡିଗ୍ରୀ କୋର୍ସ ଓ ସେମିଷ୍ଟାର ସିଷ୍ଟମ ବାତିଲ କରିବା,ବାରିପଦାର ପ୍ରମୁଖ ସ୍ଥାନରେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ବିପ୍ଲବୀ ସହିଦ ବାଘାଯତିନଙ୍କ ପ୍ରତିମୂର୍ତ୍ତି ସ୍ଥାପନ,କପ୍ତିପଦା ଶରତ କଲେଜକୁ ଡିଗ୍ରୀ କଲେଜ କରିବା ଆଦି ଦାବୀ ରହିଛି।ବିକ୍ଷୋଭରେ ଏଆଇଡିଏସଓ ରାଜ୍ୟ ସଭାପତି ସୋମନାଥ ବେହେରା,ଜିଲ୍ଲା କମିଟି ସମ୍ପାଦକ ଫୁଲଚାନ୍ଦ ଲୋହର,ଜିଲ୍ଲା ଅଫିସ ସମ୍ପାଦକ ଯତୀନ ବାନରା,ଜିଲ୍ଲା କମିଟି ମେମ୍ବର ସିଂ ରାୟ ଦେୱାଗାମ, ବୁଦୁନି ବାନରା,ମାନ ସିଂ ହୋ,ମାଣିକ ମୁଣ୍ଡା,ବାପୁନ୍ ବାନରା,ମାଧବ ହୋ, ବିଜ ହେମ୍ରମ,ମାଇନ ହେମ୍ରମ,ଜୟରାମ ହୋ ପ୍ରମୁଖ ସାମିଲ ଥିଲେ।
