ଚିକିଟୀ (ସୁରଜିତ ରାଉଳ) : ଚିକିଟି ଧାଡ଼ଙ୍ଗା ସାହିର ପ୍ରମୋଦ କୁମାର ଜାନି ନାମକ ଜଣେ ଯୁବକ କିଛିଦିନ ପୂର୍ବେ ଚେନ୍ନାଇ ଘରୋଇ କମ୍ପାନୀ ରେ କାମ କରିବାପାଇଁ ଟ୍ରେନ ରେ ଯାଉଥିଲେ। କିନ୍ତୁ ଟ୍ରେନ ରେ ଯିବାସମୟ ରେ ତାଙ୍କର ଗୋଡ ଖସି ପଡିଯିବାରୁ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ତାଙ୍କ ପରିବାର ପାଇଁ ସେ ହିଁ ଏକମାତ୍ର ରୋଜଗାରିଆ ଥିଲେ। ତାଙ୍କର ଅକାଳ ମୃତ୍ୟୁ ପରେ ତାଙ୍କର ପରିବାର ଘୋର ଅଭାବଅନାଟନ ରେ ଦିନ ବିତୁଛି। ବର୍ତ୍ତମାନ ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ, ଅବିବାହିତ ଭଉଣୀ ଏବଂ ତାଙ୍କ ମା ହିଁ ଅଛନ୍ତି। ତାଙ୍କର ଏହିଦୁର୍ଦ୍ଦିନ ଅବସ୍ଥା କୌଣସି କାରଣରୁ ସେବା ସଂସ୍ଥାନ ପାଖରେ ପହଂଚିବାରୁ ଉପଦେଷ୍ଟା କିଶୋର ଚନ୍ଦ୍ର ପାଢ଼ୀ ଙ୍କ ନେତୃତ୍ୱ ରେ ସମସ୍ତ ସଭ୍ୟ ଙ୍କ ସହ ତାଙ୍କ ବାସଭବନରେ ପହଞ୍ଚି ଚାଉଳ ପ୍ୟାକେଟ ଓ ପାଞ୍ଚ ହଜାର ଆର୍ଥିକ ରାଶି ପ୍ରଦାନ କରିଥିଲେ। ସେବା ସଂସ୍ଥାନ ସବୁବେଳେ ସେ ପରିବାର ସହ ସୁଖଦୁଃଖ ରେ ସହାଭାଗିତା ହେବ ବୋଲି ଆଶ୍ବସନା ଦେଇଥିଲେ। ସେବା ସଂସ୍ଥାନ ର ଏହିପରି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ଲୋକମାନେ ଭୁୟସୀ ପ୍ରଶଂସା କରିବା ସହିତ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।
