ହରଭଙ୍ଗା (କୃଷ୍ଣଚନ୍ଦ୍ର ସିଂହ) : ଚଳିତ ବର୍ଷ ହୀରାକୁଦ ନଦୀବନ୍ଧରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ଫଳରେ ତଳିଆ ଅଞ୍ଚଳ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ କୁଶଙ୍ଗ ରେଞ୍ଜ ଅନ୍ତର୍ଗତ ମାରଡ଼ା ଗାଁ ଜଳ ବନ୍ଦୀ ହୋଇଛି l ଉଦଣ୍ଡି ନାଳ ବାଧକ ସାଜି ଥିବା ବେଳେ ଗତ କାଲି ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା l ଫଳରେ ବୁଧବାର ଦିନ ତତ୍ପରତା ପୂର୍ବକ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀଙ୍କ ନେତୃତ୍ୱରେ ରିଲିଫ ଓ ସ୍ୱାସ୍ଥ୍ୟ ସେବା ଦଳ ମାରଡ଼ା ଗାଁକୁ ପାହାଡ଼ ଉପର ଦେଇ ଚାଲି ଚାଲି ପହଞ୍ଚି ସେବା ଯୋଗାଇ ଥିଲେ l ପ୍ରଶାସନ ଶୁଖିଲା ଖାଦ୍ୟ ସହିତ ଆଳୁ, କଖାରୁ, ୪କିଗ୍ରା ଡାଲି, ୧କ୍ୱିଣ୍ଟାଲ ଚାଉଳ, ତେଲ, ଲୁଣ ଆଦି ସାମଗ୍ରୀ ଆଣି ମୋରଡ଼ା ଗ୍ରାମରେ ପହଞ୍ଚି ସରପଞ୍ଚ ରଂଜିତ ବେହେରା, କନିଷ୍ଠ ଯନ୍ତ୍ରୀ ବିନୟ ତିରିଆଙ୍କ ଉପସ୍ଥିତିରେ ବଣ୍ଟନ କରାଯାଇଥିଲା l ଅନ୍ୟ ପଟେ ଆଗକୁ ରିଲିଫ ବଣ୍ଟନ ପାଇଁ ବିଡ଼ିଓ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ l
