ମାହାଙ୍ଗୀ ଫତାୟତ ସମିତିଦ୍ ଦଶମ ସାଧାରଣ ବୈଠକରେ ଅନୁପସ୍ଥିତ ରହିଲେ ବିଧାୟକ
ମେଗା ପାନୀୟ ଜଳ ଯୋଗାଣ ଓ ଗ୍ରାମାଚଳର ବିକାଶ ଉପରେ ଗୁରୁତ୍ବ, ସହକାରୀ ଯନ୍ତ୍ରୀଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ପରିତ (ଫଟୋ)
କୁଆଁପାଳ : ୧୧।୯ ମାହାଙ୍ଗା ବ୍ଳକ ସମ୍ମିଳନୀ ଗୃହରେ ଆଜି ମାହାଙ୍ଗା ପଂଚାୟତ ସମିତିର ଦଶମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି
ବୈଠକ ବିଧାୟକ ଶାରଦା ପ୍ରଧାନ ଅନୁପସ୍ଥିତରେ ଅନୁଷ୍ଠିତ ହୋଇଥୁଲା । ମାହାଙ୍ଗା ବ୍ଳକ ଅଧକ୍ଷା ଦୀପା ମଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଗ୍ରାମାଞ୍ଚଳର ଭିତିଭୂମି ବିକାଶ ସହ ରାସ୍ତାଘାଟ ନିର୍ମାଣ,ମେଗା ପାନୀୟ ଜଳ ଯୋଗାଣ ସ୍ବାସ୍ଥ୍ୟ ଓ ଗମନାଗମନ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏଥୁରେ ଅତିଥୁ ଭାବେ ବିଢିଓ ତିଳୋତମା ପୃଷ୍ଟି,କେନ୍ଦ୍ରାପଢା ସାଂସଦଙ୍କ ପ୍ରତିନିଧୁ ଧନଞ୍ଜୟ ବଳ,ଜିଲ୍ଲା ପରିଷଦ ସଭ୍ୟା ସୁଶ୍ମିତା ଦାସ,ଜିଲ୍ଲା ପରିଷଦ ସଭ୍ୟ ଜଗବନ୍ଧୁ ସେଠୀ,ରିୟାଜୁଲ ହୋତା,ଅଢିରିକ୍ତ ତହସିଲଦାର ଅତନୁ ପ୍ରଧାନ, ଏବିଡିଓ ଜନ୍ମେଜୟ ରାଉତ,ସହକାରୀ ନିର୍ବାହୀଯନ୍ତ୍ରୀ ରାମକାନ୍ତ ପାତ୍ର ଜିପିଓ କେଶବ ବାରିକ ପ୍ରମୁଖ ଯୋଗଦେଇ ପାନୀୟ ଜଳ ଫସଲ କ୍ଷୟକ୍ଷତି ଭତା,ରାସନ,ପଶୁପାଳନ ଓ ମତ୍ସ୍ୟ,ଭଦ୍ୟାନ କୃଷି,ମୃତ୍ତିକା ସଂରକ୍ଷଣ, ଗ୍ରାମ୍ୟ ଭନ୍ନୟନ ପୂର୍ତ ବିଭାଗ ଆଦି କାର୍ଯ୍ୟର ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇଥୁଲା । ବିଶେଷ କରି ବ୍ଳକର ବିଭିନ୍ନ ଯୋଜନାରେ ନିର୍ମିତ ରାସ୍ତା କାର୍ଯ୍ୟରେ ବହୁ ଦୁର୍ନିତୀ ହୋଇଥିବା ନେଇ ବହୁ ସରଫତ ଓ ସମିତିସଭ୍ୟ ଅଭିଯୋଗ ଉଠାଇଥିବା ବେଳେ ବିଢିଓ ଓ ବ୍ଳକ ଅଧ୍ୟକ୍ଷାଙ୍କ ଦ୍ଵାରା ଏହାର ତଦନ୍ତ କର।ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରସ୍ତାବ ଦିଆଯାଇଥୁଲା । ତୀର୍ଘ ଦୁଇ ବର୍ଷରୁ ଭଦ୍ଧ ହେବ ସରପଚ ଓ ସମିତିସଭ୍ୟଙ୍କ ଅନୁଦାନ ଖର୍ଚ୍ଚ ନ ହୋଇ ପାରି ଅର୍ଥ ପଢି ରହିଥିବାରୁ ମାହାଙ୍ଗାର ବିକାଶରେ ବାଧା ସୃଷ୍ଟି ହୋଇଥିବା ନେଇ ଜନପ୍ରତିନିଧୁ ମାନେ ଅଭିଯୋଗ ଉଠାଇଥିଲେ । ତୁରନ୍ତ ଏହି ଅର୍ଥକୁ ମାହାଙ୍ଗା ବିକାଶରେ ଖର୍ଚ୍ଚ କରିବା ପାଇଁ ବିଭିଓଙ୍କୁ ପ୍ରସ୍ତାବ ଦିଆଯାଇଥୁଲା । ଭଲ କାର୍ଯ୍ୟକ୍ରମରେ ମାହାଙ୍ଗାର ୩୭ ପଂଚାୟତର ବହୁ ସରପଂଚ ଓ ସମିତିସଭ୍ୟ ଉପସ୍ଥିତ ରହି ନିଜନିଜ ପଂଚାୟତରେ ଥିବା ସମସ୍ତ ସମସ୍ୟାକୁ ବୈଠକରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ହଳଦିଆ ସରପଂଚ ରାଜେନ୍ଦ୍ର ସାହୁ ବ୍ଳକ ସହକାରୀ ଯନ୍ତ୍ରୀ ମୀରାସିକା ସାହୁ ପଂଚାୟତ ସମିତିକୁ ଅସମାନ କରିବା ଓ ଭନ୍ନୟନମୂଳକ କାର୍ଯ୍ୟ ସଠିକ୍ ଭାବରେ ତଦାରଖ ନ କରିବା ଅଭିଯୋଗ କରି ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ । ଏହି ନିନ୍ଦା ପ୍ରସ୍ତାବକୁ ବ୍ଳକ ଅଧ୍ୟକ୍ଷା ସର୍ବ ସମ୍ମତି ପାରିତ କରିବା ସହ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମତ ରଖୁଥୁଲେ । ବୈଠକ ଆରମ୍ଭରେ ଗ୍ରାମ ପଂଚାୟତ ଅଧୁକାରୀ କେଶବ ବାରିକ ସମିତି ବିବରଣୀ ପାଠ କରିଥିଲେ । ଶେଷରେ ବ୍ଲକ ଉପାଧ୍ୟକ୍ଷ ସତ୍ୟ ନାରାୟଣ ମହାଷି ଧନ୍ୟବାଦ ଅର୍ପଣ କରିଥିଲେ । ପୋଲିସ ପ୍ରଶାସନ ସାଲେପୁର ଏସଭିପିଓ ବିରତି ନାରାୟଣ ପତି ଆଇଆଇସି ଯୁଗଳ କିଶୋର ଦାସ ଉହେଶ୍ଵର ଥାନା ଆଇଆଇସି ସନ୍ଧ୍ୟାରାଣୀ ସିଂହଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳି ଥିଲେ।
ରିପୋର୍ଟ ଜୀବନ ଜ୍ୟୋତି ରଣା
