*ଆଜି ମଧ୍ୟରାତ୍ରିରେ ଲୋୟର ଇନ୍ଦ୍ର ଜଳଭଣ୍ଡାରରୁ ଛଡ଼ାଯିବ ବନ୍ୟା ଜଳ*
ନୂଆପଡ଼ା(ମିଖାଏଲ ନନ୍ଦ):
ତା-୧୧/୦୯
ଲୋୟର ଇନ୍ଦ୍ର ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ମଧ୍ୟରାତ୍ରି (୧୨ଟା) ସମୟରେ ଡ୍ୟାମର ଗେଟ୍ ଖୋଲାଯାଇ ବନ୍ୟା ଜଳ ଛଡ଼ାଯିବ। ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି।ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳ ଓ ନଦୀ କୂଳବର୍ତ୍ତୀ ଗ୍ରାମଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ନଦୀ ଗର୍ଭକୁ ନଯିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।
