ସ୍ଲଗ :-ପରଜଙ୍ଗ ମହାବିଦ୍ୟାଳୟରେ ଶିକ୍ଷା ଭିତ୍ତିଭୂମିକୁ ଗୁରୁତ୍ୱ, ବିଜ୍ଞାନ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ସହ ଅତିରିକ୍ତ ଶ୍ରେଣୀ ଗୃହ ଉଦଘାଟିତ (ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟରେ ଶିକ୍ଷା ଭିତ୍ତିଭୂମିକୁ ମିଳିଛି ନୂଆ ଗତି। ବିଜ୍ଞାନ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ସହ ନବନିର୍ମିତ ଅତିରିକ୍ତ ଶ୍ରେଣୀଗୃହର ଉଦ୍ଘାଟନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଉପସ୍ଥିତ ଥିଲେ।
ମହାବିଦ୍ୟାଳୟର ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ କୋଟି ୮୨ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ଏହି ଅର୍ଥରେ ମହାବିଦ୍ୟାଳୟରେ ବିଭିନ୍ନ ଶିକ୍ଷା ଭିତ୍ତିଭୂମିର ବିକାଶ କାର୍ଯ୍ୟ କରାଯିବ।ନୂତନ ବିଜ୍ଞାନ ଗୃହ ଓ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଦ୍ୱାରା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆହୁରି ଉନ୍ନତ ଶିକ୍ଷା ସୁବିଧା ମିଳିବ। ବିଶେଷକରି ବିଜ୍ଞାନ ଶିକ୍ଷା ସହ ପ୍ରାୟୋଗିକ ଜ୍ଞାନ ହାସଲ କରିବାରେ ଏହି ଭିତ୍ତିଭୂମି ସହାୟକ ହେବ ବୋଲି ଆଶା କରାଯାଇଛି।ଏହି ଶିକ୍ଷା ଭିତ୍ତିଭୂମି ବିକାଶ ପାଇଁ ସହଯୋଗ କରିଥିବା ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଧନ୍ୟବାଦ ଜଣାଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷା ସ୍ମିତାରାଣୀ ସାହୁ ଏହି ଅବସରରେ କୃତଜ୍ଞତା ଜଣାଇଛନ୍ତି
