*ଢ଼େଙ୍କାନାଳରେ ନୂତନ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଯୋଗଦାନ ।* (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ) ଢ଼େଙ୍କାନାଳ, ତା. ୮.୯.୨୦୨୬- ଢ଼େଙ୍କାନାଳରେ ନୂତନ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଶ୍ରୀ ଶ୍ରୀନିବାସ ରାଉତ ଦାୟୀତ୍ଵ ଗ୍ରହଣ କରିଛନ୍ତି । ଆଜି ଅପରାହ୍ନରେ, ଶ୍ରୀ ରାଉତ କାର୍ଯ୍ୟରତ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଭିଷେକ ବେହେରାଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇବା ସହ ଗତ ନଭେମ୍ବର ୨୦୨୩ ରୁ କାର୍ଯ୍ୟରତ ଅଧିକାରୀ ଶ୍ରୀ ବେହେରାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
