ମୋରଡା ବ୍ଲକ ଚିତ୍ରଡ଼ା ଠାରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ପି.ଇ.ଓ, ଏବଂ ଏ.ଡି.ଓଙ୍କ କାର୍ଯ୍ୟକୁ ନେଇ ଆସନ୍ତଷ ପ୍ରକାଶ କଲେ ଲୋକ ପ୍ରତିନିଧି
______________________
ମୋରଡା,୮/୯ ଇମିସ – ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମୋରଡା ବିଡ଼ିଓ ଅଣାକର ନାଏକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଡିଆରଡିଏ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶାନ୍ତନୁ ନାଏକ, ଜିଲା ସାମାଜିକ ଶୁଣାଣି ଅଧିକାରୀ ପ୍ରଦୀପ କୁମାର ଚକ୍ରବର୍ତ୍ତି, ଜିଲାପରିଷଦ ସଭ୍ୟ ଅଭିରାମ ଭୋଇ, ମିନାକ୍ଷୀ ସୋରେନ,ବ୍ଲକ ଜନ ଶୁଣାଣି ଅଧିକାରୀ ପ୍ରବୀର ଦାସ, ଏପିଓ ରୂପସ୍ୱିନୀ ରଣା,ଏଇ ସାଗରିକା ମୁର୍ମୁ
ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରତିଥର ପରି ନାଁକୁ ମାତ୍ର ସାମାଜିକ ସମୀକ୍ଷା ହେଉଥିବା ବେଳେ ଏଥର ଏପରି ସମୀକ୍ଷାକୁ ନେଇ ପ୍ରଥମରୁ ବିରୋଧ କରିଥିଲେ ଉପସ୍ଥିତ ପିଆରଆଇ ମାନେ। ବ୍ଲକର ପ୍ରତିଟି ପଞ୍ଚାୟତର ଏମଜିଏନଆରଜିଏରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟର ସଠିକ ଫାଇଲପତ୍ର ନଥିବାର ଉକ୍ତ ଶିବିରରେ ଜଣାପଡିଥିଲା। ନୂହାଝାଳିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉନ୍ନୟନ କାର୍ଯ୍ୟ ହୋଇଥିବା ଫାଇଲରେ ଦସ୍ତଖତ ମାରିବାକୁ ଭୁଲି ଯାଇଥିବା ଉପସ୍ଥିତ ଅଧିକାରୀଗଣଙ୍କୁ କହିଥିଲେ ଯାହାକୁ ନେଇ ଶିବିରରେ କୌତୁହଳ ସୃଷ୍ଟି ହୋଇଥିଲା। ତେବେ ବ୍ଲକର ଅଧିକାଂଶ ପଞ୍ଚାୟତରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟର ଫାଇଲ ତଥ୍ୟ ସମ୍ପୂର୍ଣ ନଥିବାର ଦେଖିବାକୁ ମିଳିଥିଲା, ଯାହାକୁ ଅଧିକାରୀଗଣ କ୍ଷୁବ୍ଧ ହୋଇଥିଲେ ଏବଂ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମସ୍ତ ପିଇଓଙ୍କୁ ପ୍ରତିଟି ଫାଇଲର ଭୁଲ ପାଇଁ ଏକ ହଜାର ଟଙ୍କା ଜୋରିମାନା କରିଥିବା ବେଳେ ବରକନ୍ଦ ପିଇଓଙ୍କୁ ୨ ହଜାର ଟଙ୍କା ଜୋରିମାନା କରିଥିଲେ। ସମସ୍ତ ଫାଇଲ ର କାଗଜ ପତ୍ର କୁ ସଠିକ ଢଙ୍ଗ ରେ କରିବା ପାଇଁ ତାଗିଦ କରିଥିଲେ,ବ୍ଲକର ଚିକଟାମାଟିଆ ପଞ୍ଚାୟତରେ ହୋଇଥିବା ଆମ୍ବ ବଗିଚାର କାର୍ଯ୍ୟକୁ ତଦନ୍ତ ପାଇଁ ଏକ ଜିଲାସ୍ତରୀୟ ଟିମ ଆସିବେ ବୋଲି କହିଥିଲେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
