*କୋମନା ଜମି ଚୋରି ଘଟଣାରେ ନକଲି ଜମି ମାଲିକ ଏବଂ ଜମି ଦଲାଲ ଅଭିଯୁକ୍ତଙ୍କୁ ୪ ଅଭିଯୁକ୍ତ ଙ୍କୁ କୋମନା ପୋଲିସ ଗିରଫ, ଆଜି କୋର୍ଟ ଚାଲାଣ,*।
ନୂଆପଡା (ମିଖାଏଲ ନନ୍ଦ) ତା:୦୬.୦୯.
ନୂଆପଡ଼ା ଜିଲ୍ଲା ବହୁ ଚର୍ଚିତ କୋମନା ତହସିଲ ଅନ୍ତର୍ଗତ ଚନ୍ଦୋପଲା ଜମିଜାଲିଆତି ମାମଲାରେ କୋମନା ନକଲି ଜମି ମାଲିକ ସମେତ ଦୁଇ ଜଣ ଜମି ଦଲାଲ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅସଲି ଜମି ମାଲିକ କୋମନା ବ୍ଲକ ଚାନ୍ଦୋପଳା ଗାଁର ସତ୍ୟ ନାରାୟଣ ପ୍ରଧାନୀ ଓ ଭଉଣୀ କୁମଦିନି ଙ୍କ ନାମରେ ଥିବା ୪ ଏକର ୪୦ ଡିସମିଳ ଜମିକୁ ଜାଲିଆତି କରି ବିକ୍ରି କରିଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗ କୁ ଭିତ୍ତି କରି କୋମନା ଥାନା ରେ ଏକ ମାମଲା ରୁଜୁ ହୋଇଥିଲା। ପ୍ରକୃତ ଜମି ମାଲିକ ନକଲି ଜମି ମାଲିକଙ୍କୁ ଧରି ଆସି କୋମନା ଥାନାରେ ଜିମା ଦେଇଥିଲେ । ପୋଲିସ ଘଟଣାର ପଚରା ଉଚ୍ଚତା ପରେ ନକଲି ସତ୍ୟ ପ୍ରଧାନୀ ସାଜି ଜମି ବିକ୍ରି କରିଥିବା ଛତିଶଗଡ ଅଂଚଳର ଗୋହେରାପଦର ଗୁଡଭେଲି ଗାଁରଡ଼ୁମାଲ ରଣା କୁ ଗିରଫ କରିଛନ୍ତି। ସେହିପରି ସତ୍ୟ ପ୍ରଧାନୀ ଭଉଣୀ ସାଜି ଥିବା କୋମନା ଥାନା ଦେଓଦରା ଗାଁର ଦେଓମତି ମାଝୀ ଗିରଫ କରିଛନ୍ତି। ଦୁଇ ଦଲାଲ ଷୋଳବନ୍ଦ ଗାଁର ଦୁଲ୍ଲବ ନିଆଲ , ଓ ସମରସିଂ ଗାଁର ତୁଳସୀ ରଣା କୁ ଜମି ରୋରୀ ଘଟଣା ରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବ ପୋଲିସ ସୁଚନା ଦେଇଛି। ଧାନ ବିକ୍ରି ପାଇ ପଞ୍ଜିକୃତ କରିବା ସମୟରେ ସତ୍ୟ ପ୍ରଧାନୀ ଜାଣିବାକୁ ପାରିଥିଲେ ।
