*ନକଲି ଜମି ମାଲିକକୁ ଧରିଲେ ଅସଲି ଜମି ମାଲିକ କିନ୍ତୁ ପଦକ୍ଷେପ ନେବ କିଏ? ପୋଲିସ ନୀରବ**
ନୂଆପଡା(ମିଖାଏଲ ନନ୍ଦ) ତା:୦୪.୦୯.
ବହୁ ଚର୍ଚ୍ଚିତ ନୂଆପଡ଼ା ଜିଲ୍ଲା କୋମନା ତହସିଲର ଚାନ୍ଦୋପଲା ଗାଁର ଜମି ଦୁର୍ନୀତି l ଅସଲି ନାମରେ ନକଲି ଜମି ମାଲିକ ନକଲି କାଗଜାତ ପତ୍ରରେ ବିକି ଦେଇଥିଲେ ୪ ଏକର ୪୦ ଡିସିମିଲ ଜମି l ଜମି ଚୋରୀ ହୋଇ ଥିବା ଜାଣି ଅସଲି ଜମି ମାଲିକ କୋମନା ତହସିଲଦାର ତଥା ସବ୍ ରେଜିଷ୍ଟ୍ରାରଙ୍କ ପାଖରେ ଅଭିଯୋଗ କରିଥିଲେ l ତତ୍ କାଳୀନ ତହସିଲଦାର ତଥା ସବ୍ ରେଜିଷ୍ଟ୍ରାର ସର୍ବେଶ୍ୱର ଜାଲ କୋମନା ଥାନାରେ ଏକ ମାମଲା ରୁଜୁ କରିଥିଲେ। ଅଗଷ୍ଟ ୧୩ ତାରିଖ ଦିନ l କୋମନା ଥାନା ୨୯୦ କେଶ୍ ନମ୍ୱରରେ 6 ଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ହୋଇଛି l ପୋଲିସ କାହାରିକୁ ଗିରଫ କରି ପାରି ନ ଥିବା ବେଳେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତହସିଲଦାର ତଥା ସବ୍ ରେଜିଷ୍ଟ୍ରାର ସର୍ବେଶ୍ୱର ଜାଲଙ୍କୁ ନିଲମ୍ବିତ କରିଛନ୍ତି। ଏହି ଘଟଣା ରେ ସମ୍ପୃକ୍ତ ଥିବା ଅନ୍ୟ କର୍ମଚାରୀଙ୍କୁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ସହକାରୀ ରାଜସ୍ୱ ନିରୀକ୍ଷକ ରାମ ନାଥ ମିଶ୍ରଙ୍କୁ ନିଲମ୍ବିତ କରିଛନ୍ତି l ତତ୍ କାଳୀନ କୋମନା ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କୁ ଏସପି ବଦଳି କରିଥିଲେ l ଏତେ ଦିନ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ପ୍ରକୃତ ଜମି ମାଲିକ ସୋସିଆଲ ମିଡିଆରେ ନିଜ ବନ୍ଧୁ ବାନ୍ଧବଙ୍କୁ ନକଲି ଜମି ମାଲିକଙ୍କ ଫୋଟୋ ସେୟାର କରି ଥିଲେ l ସବୁ ବୈଷୟିକ ଜ୍ଞାନକୌଶଳ ଥାଇ ଫେଲ୍ ମାରିଲା ପରେ ପ୍ରକୃତ ଜମି ମାଲିକ ଛତିଶଗଡ ରାଜ୍ୟ ଗରିଆବନ୍ଧ ଜିଲ୍ଲା ମେନ୍ ପୁର ଥାନା ଗୋହିରାପଦର ଗାଁ ନିକଟସ୍ଥ ତେତେଲଖୁଣ୍ଟି ଗାଁରୁ ନକଲି ଜମି ମାଲିକଙ୍କୁ ଧରି ପୋଲିସରେ ଜିମା ଦେଇଛନ୍ତି l ନକଲି ଜମି ମାଲିକ ଜଣକ ହେଉଛନ୍ତି ଗୋହିରାପଦର ଗାଁର ଡୁମାଲ ରଣା l ୬ ତାରିଖ ସୁଦ୍ଧା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ, ଆଗାମୀ ୭ ତାରିଖ ଦିନ ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ପରିବାର ଚେତାବନୀ। ପୋଲିସ ଦାୟିତ୍ୱ ନିବର।ନିଜ ଜମି ଚୋରି ଘଟଣା ରେ ପ୍ରକୃତ ଜମି ମାଲିକ ନକଲି ମାଲିକ ସାଜି ଜମି ବିକ୍ରି କରିଥିବା ଅଭିଯୁକ୍ତ କୁ ଧରିବା କାର୍ଯ୍ୟ ମଧ୍ୟ ନିଜେ କରି ଜିମା ଦେବା ଘଟଣା।
