ନାରାୟଣପୁର ପୂର୍ବତନ ସରପଞ୍ଚଙ୍କ ଦୁର୍ଘଟଣାରେ ବିୟୋଗ
ଗୋପାଳପୁର ୨/୯/୨୬ ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ଆର.ହିମାଂଶୁ ପ୍ରସାଦ ରାଓ (ଟୁନା)ଙ୍କ ଆଜି ଦୁର୍ଘଟଣାରେ ମୃତ୍ୟୁ ହୋଇଛି l ମୃତ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା l
ସୂଚନା ପ୍ରକାରେ ଆର.ହିମାଂଶୁ ଗତ ୨୮ ତାରିଖରେ ୬ ଜଣ ସାଙ୍ଗ ମାନଙ୍କ ସହ ମିଶି ଜାମ୍ମୁ କାଶ୍ମୀର ବୁଲିବାକୁ ଯାଇଥିଲେ l ସେଠାରେ ପହଞ୍ଚି ଏକ ଟ୍ରଭଲସ ଇନୋଭାରେ ଶ୍ରୀନଗରରୁ ବାହାରି ପେହେଲଗାଁରେ ପହଞ୍ଚି ରାତ୍ରୀ ଯାପନ କରି ଆଜି ସକାଳ ସାଢେ ୧୦ ଟା ସମୟରେ ବାହାରି ଶ୍ରୀନଗର ଫେରୁଥିବା ବେଳେ କିଛି ରାସ୍ତା ଗଲା ପରେ ପାହାଡ଼ରୁ ଏକ ବିରାଟ ପଥର ଖସି ଇନୋଭା ଉପରେ ପଡିବାରୁ ଆଗରେ ବସିଥିବା ହିମାଂଶୁ ଚାପି ହୋଇ ମୁଣ୍ଡରେ ଆଘାତ ହୋଇ ପ୍ରବଳ ରକ୍ତଶ୍ରାବ ହେବାରୁ ଗୁରୁତର ହୋଇଥିଲେ l ତାଙ୍କୁ ସ୍ଥାନୀୟ ଅନନ୍ତନାଗ ହସ୍ପିଟାଲ ଚିକିତ୍ସା ନିମନ୍ତେ ନେଇଥିଲେ l ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ l ଅନ୍ୟ ପାଞ୍ଚ ଜଣ ସୁରକ୍ଷିତ ଥିବା ଜଣାପଡିଛି l ସେ ୨୦୧୭ ମସିହା ଠାରୁ ୨୦୨୨ ପର୍ଯ୍ୟନ୍ତ ନାରାୟଣପୁର ଗ୍ରାମ ପଂଚାୟତର ସରପଞ୍ଚ ଭାବେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇ ଆସିଥିଲେ l ତାହାସହ ରଙ୍ଗେଈଲୁଣ୍ଡା ବ୍ଲକର ସରପଞ୍ଚ ସଂଘର ସଭାପତି ଥିଲେ l ସେ ଜଣେ ମେଳାପି , ଲୋକପ୍ରିୟତା ,ସମାଜସେଵୀ ଭାବେ ଅଞ୍ଚଳରେ ପରିଚିତ ଥିଲେ l ମୃତର ଖବର ପ୍ରସାରିତ ହେବା ପରେ ଆଖପାଖ ଅଂଚଳର ବହୁ ଲୋକେ,ବନ୍ଧୁ ବାନ୍ଧବ,ସାଙ୍ଗସାଥୀଙ୍କ ସମେତ ବ୍ରହ୍ମପୁର ସାଂସଦ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ତାଙ୍କ ବାସଭବରେ ପହଞ୍ଚି ହିମାଂଶୁଙ୍କ ପତ୍ନୀ ବିଜୟଲକ୍ଷ୍ମୀ,୨ ପୁଅ ଆଶୁତୋଷ ଓ ଆକାଶଙ୍କୁ ଭେଟି ଶାନ୍ତନା ଦେବା ସହ ମୃତ ଶରୀର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଛି l ସେ ହସ୍ତକ୍ଷେପ କରି ମର ଶରୀର ପହଂଚିବ ବୋଲି କହିବା ସହ ଆବଶ୍ୟକ ପଡିଲେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପରିବାର ବର୍ଗକୁ କହିଥିଲେ l
