ଦିଗପହଣ୍ଡି ବ୍ଲକରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର
୬୬ଟି ବ୍ୟକ୍ତିଗତ, ୪୮ଟି ସାମୂହିକ ଅଭିଯୋଗର ଶୁଣାଣୀ
ରେଡକ୍ରସ ପାଣ୍ଠିରୁ ୭ ଜଣଙ୍କୁ ୪୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ
ଦିଗପହଣ୍ଡି, ତା ୩୧/୦୮: ଦିଗପହଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼. ସରବଣା ବିବେକ ଏମ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ।
ଏହି ଶିବିରରେ ୬୬ଟି ବ୍ୟକ୍ତିଗତ, ୪୮ଟି ସାମୂହିକ ଅଭିଯୋଗ ରହିଥିବା ବେଳେ ୨ଟି ଅଭିଯୋଗର ଶିବିରରେ ହିଁ ସମାଧାନ କରାଯାଇଥିଲା । ଅନ୍ୟାନ୍ୟ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ଅବସରରେ ରେଡକ୍ରସ ପାଣ୍ଠିରୁ ୭ ଜଣ ହିତାଧିକାରୀଙ୍କୁ ମୋଟ ୪୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା।
ଶିବିରରେ ସ୍ଥାନୀୟ ଜନପ୍ରତିନିଧି, ବିଡିଓ, ତହସିଲଦାର, ଏବଂ ଜିଲ୍ଲା ତଥା କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
