ଜିଲ୍ଲାନାସୀ ପଞ୍ଚାୟତରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ ସହାୟତା ଓ ରିଲିଫ୍ ସାମଗ୍ରୀ ବଣ୍ଟନ।
ଜଗତସିଂହପୁର(ନି.ପ୍ର): ଓଡ଼ିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ କୁଜଙ୍ଗ ବ୍ଲକ ଅନ୍ତର୍ଗତ ଜିଲ୍ଲାନାସୀ ଗ୍ରାମ ପଞ୍ଚାୟତରେ ସହାୟତା ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ବେଶ୍, ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଇଂ ମହମ୍ମଦ ମୁକିମ୍, ରାଜ୍ୟ ଉପ-ସଭାପତି ବଦ୍ରି ନାରାୟଣ ମହାନ୍ତି, ରାଜ୍ୟ ସଂପାଦକ ତପନ ରାଉତରାୟ, ରାଜ୍ୟ ଯୁବ ଜନତା ସଭାପତି ଆର୍ଯ୍ୟ ବୀର ଲେଙ୍କା ଜିଲ୍ଲା ସଭାପତି ସତ୍ୟଦୀପ ବିଶ୍ୱାଳ, ରାଜ୍ୟ ମହିଳା ସଭାନେତ୍ରୀ ଶୈଳବାଳା ଜେନା ମହିଳା ସଭାନେତ୍ରି ନିରୂପମା ବିଶ୍ବାଳ ଓ ପୂଜାରିଣୀ ବେହେରା ପ୍ରମୁଖ ଉପସ୍ଥିତ ରହି ଲଗାଣ ବର୍ଷାରେ କ୍ଷୟକ୍ଷତି ଲୋକ ମାନଙ୍କୁ ଚାଉଳ,ଚୁଡା, ଗୁଡ, ଦିଆସିଲି ଓ ପାଲ ଇତ୍ୟାଦି ପ୍ରଦାନ କରିଥିଲେ।
ଏହା ସହିତ ଅମର ଦାସ, ଧୀରେନ୍ଦ୍ରନାଥ ବିଶ୍ୱାଳ ଓ ଉମାକାନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ।
