ଯୋରନ୍ଦା ମହିମା ପ୍ରଭାତ ଶାଖାର ସ୍ୱୟଂ ସେବକଙ୍କ ଦ୍ୱାରା ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି l ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଗଁନ୍ଦିଆ ବ୍ଲକ ଯୋରନ୍ଦା ର ମହିମା ପ୍ରଭାତ ଶାଖା ଦ୍ୱାରା ରକ୍ଷା ବନ୍ଧନ ଉତ୍ସବ ବହୁତ ଆଡମ୍ବର ସହିତ ପାଳିତ ହୋଇଛି l ଆଜି ଶୁକ୍ରବାର ସକାଳ 7ଘଟିକା ସମୟ ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଦ୍ୱାରା ମହିମା ପ୍ରଭାତ ଶାଖା ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଛି l ଉକ୍ତ ଉଚ୍ଛବରେ ବରିଷ୍ଠ ସ୍ୱୟଂ ସେବକ ଶ୍ରୀ ଲୋକନାଥ ପରିଡା ରକ୍ଷା ବନ୍ଧନ ବିଷୟରେ ଓ ତାର ମହତ୍ୱ ସମ୍ପର୍କ ରେ ପ୍ରତିପାଦନ କରିଥିଲେ, ଶାଖାର ସମସ୍ତ ସ୍ୱୟଂ ସେବକ ଯୋଗଦେଇ ଯୋରନ୍ଦା ଶିବମନ୍ଦିର ଠାରୁ ଯୋରନ୍ଦା ବଜ଼ାର, ତାରିଣୀ ବଜାର ଓ ନାଟିମା ବଜ଼ାର ସମସ୍ତ ପଥଚାରୀ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ ଓ ଆଜିର ଦିବସର ତାପର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ,ଏହାଦ୍ୱାରା ଭାରତର ଜାତୀୟ ସହନ୍ତି ଏକତା ଏବଂ କିପରି ଭାତୃତ୍ୱ ମନୋଭାବ ଜାଗ୍ରତ ହେବ ସେ ସମ୍ପର୍କ ରେ ଆଲୋକପାତ କରିଥିଲେ, ଉତ୍ସବ ଟିର ଆବାହକ ଦିଗମ୍ବର ସାହୁ, ମୁଖ୍ୟ ଶିକ୍ଷକ ନବ କୁମାର ନାୟକ ଓ ସମରେନ୍ଦ୍ର ମହାନ୍ତି ସୂଚାରରୂପେ ପରିଚାଳନା କରିଥିଲେ l
