ଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ରୀ ଶିଖା ମାଝୀ ● ସହାୟତାର ହାତ ବଢ଼ାଇଲା ଖେଲୱାଲ ଜୁମିଦ ସଂଗଠନ ●
ପବିତ୍ର ରକ୍ଷାବନ୍ଧନ ରେ ନାମ ଲେଖାଇବେ ଶିଖା ମାଝୀ
ମୟୁରଭଞ୍ଜ,ରାଇରଙ୍ଗପୁର :- ଇଛା ଶକ୍ତି ଆଗରେ ସବୁ ବାଧାବିଘ୍ନ ମଧ୍ଯ ହାର ମାନିଥାଏ । ମେଧାବୀ ଆଦିବାସୀ ଛାତ୍ରୀ ଯେତେ
ଅଭାବ ଓ ଅନଟନ ଭିତରେ ବି ହାର ମାନିନାହାନ୍ତି , ସେ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ଆଦିବାସୀ ଝିଅ ଶିଖା ମାଝୀ ସେ କଠିନ ପରିଶ୍ରମ ବଳରେ ସେ ନିଟ୍ (NEET) ପରୀକ୍ଷାରେ କୃତିତ୍ୱ ହାସଲ କରି ଡାକ୍ତରୀ ପଢ଼ିବାକୁ ଯୋଗ୍ୟତା ଅର୍ଜନ କରି ପାରିଛନ୍ତି। ତାଙ୍କର ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଖେରୱାଳ ଜୁମିଦ’ ସଂଗଠନ ପକ୍ଷରୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେ ରକ୍ଷାବନ୍ଧନ ରେ ଘରୁ ପାଦ କାଡି ଡାକ୍ତରୀ ପଢିବା ପାଇଁ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ କୁ ଗସ୍ତ କରିଛନ୍ତି । ତାଙ୍କର ଗସ୍ତ ସମୟରେ ଆଦିବାସୀ ସମାଜିକ ସାଂସ୍କୃତିକ ସଙ୍ଗଠନ ଖେରୱାଳ ଜୁମିଦ ପକ୍ଷରୁ ସ୍ବାଗତ କରିବା ସହିତ ଏକ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଛି । ସଂଗଠନ ପକ୍ଷରୁ ପ୍ରକାଶ ଯେ ଯଦି କୌଣସୀ ସାନ୍ତାଳ ସମ୍ପ୍ରଦାୟର ଆଦିବାସୀ ଛାତ କିମ୍ବା ଛାତ୍ରୀ ଙ୍କ ସପ୍ନ ବୃହତ୍ତର ଉପଲବ୍ଧ ହୁଏ , ସେ ଆର୍ଥିକ ମାନଦଣ୍ଡ ସ୍ବଚ୍ଛଳତା ବାଟ ହୁଡୁଛି ତେବେ ଖେରୱାଳ ଜୁମିଦ ଉକ୍ତ ଛାତ୍ର ଛାତ୍ରୀଙ୍କୁ ପାରୁ ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିବାରେ ତିଳେ ମାତ୍ରେ ପଛକୁ ହଟିବେ ନାହିଁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ତେବେ
ପ୍ରତିଭାବାନ ଛାତ୍ରୀଙ୍କ ସଫଳତା: ବିଶୋଇ ବ୍ଲକ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ସାନଜାମବିଲା ଗ୍ରାମର ଶିଖା ମାଝୀ ବିଶୋଇ ବାଡୁଣିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ। ସେ ନିଟ୍ ପରୀକ୍ଷାରେ ୨୩୭ ନମ୍ବର ରଖି ରାଜ୍ୟ ତଥା ଜାତୀୟ ସ୍ତରରେ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛନ୍ତି। ଯାଜପୁର ସ୍ଥିତ ମହାରାଜା ଯଯାତି କେଶରୀ ସରକାରୀ ମେଡିକାଲ କଲେଜରେ ତାଙ୍କର ନାମଲେଖା ପାଇଁ ଅନୁମତି ପତ୍ର ମିଳିଛି।
* ଅଭାବୀ ପରିବାରର ସଂଘର୍ଷ: ଶିଖା ଙ୍କ ପିତା ରାମସିଂ ମାଝୀ ଜଣେ ଦିନମଜୁରିଆ। ନିଜସ୍ୱ ଜମିବାଡ଼ି ନଥିବା ବେଳେ ନଡାଛପର ଛାଉଣୀ ଘରେ ରହି ପରିବାର ଭରଣପୋଷଣ ପରେ ଝିଅର ପାଠପଢ଼ା ଖର୍ଚ୍ଚ ତୁଲାଇବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହେଉଥିଲା । ଏହି ପରିପେକ୍ଷୀ ରେ
ସହଯୋଗର ପଦକ୍ଷେପ ଗ୍ରହଣ କରି ବିଦ୍ୟାଳୟର ‘ଏକ ଅଦବିକା’ ବୈଠକ ମାଧ୍ୟମରେ ସିଡିପିଓ ଶ୍ରୀମତୀ ବିନ୍ଦୁ ଟୁଡୁଙ୍କ ସହ ଯୋଗାଯୋଗ ହୋଇଥିଲା। ସିଡିପିଓଙ୍କ ଉଦ୍ୟମକ୍ରମେ ଖେରୱାଳ ଜୁମିଦ’ (ରାଇରଙ୍ଗପୁର) ସଂଗଠନ ସହ ଯୋଗାଯୋଗ କରାଯାଇ ଛାତ୍ରୀଙ୍କ ପ୍ରଥମ ପର୍ଯ୍ୟାୟ ଡାକ୍ତରୀ ପାଠପଢ଼ା ପାଇଁ ୧ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଭାଗବତ ମାଝୀ, ସମ୍ପାଦକ ବୈଦ୍ୟନାଥ ମାଝୀ, ଡାକ୍ତର ଦେବେନ୍ଦ୍ର ଟୁଡୁ, ପୂର୍ବତନ ବ୍ୟାଙ୍କ ପ୍ରବନ୍ଧକ ମଙ୍ଗଲ ମାଝୀ, ପ୍ରାକ୍ତନ ଅବକାରୀ ଏସସି ଚନ୍ଦ୍ର ମୋହନ ବାସ୍କେ, ସିଡିପିଓ ବିନ୍ଦୁ ଟୁଡୁ, କୋଷାଧ୍ୟକ୍ଷ ଲମ୍ବୋଧର ସୋରେନ ଏବଂ ରାମଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ଶିଖା ମାଝୀ ଙ୍କୁ ଉତ୍ସାହିତ କରିଥିଲେ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର କୋଣ ଅନୁକୋଣ ରୁ ତଥା
ଶିମିଳିପାଳ ପାଦଦେଶରେ ଥିବା ଆଦିବାସୀ ବହୁଳ ଅଞ୍ଚଳର ଏହି ପ୍ରତିଭାବାନ ଆଦିବାସୀ ଛାତ୍ରୀ ଆଜି ମୟୂରଭଞ୍ଜ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭିନ୍ନ ପ୍ରେରଣାର ଉତ୍ସ ସାଜିଛନ୍ତି ବୋଲି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ଦେବେନ୍ଦ୍ରନାଥ ଟୁଡୁ ପ୍ରକାଶ କରିଛନ୍ତି ।
ମୟୁରଭଞ୍ଜରୁ ମୋନାଳି ସାହୁଙ୍କ ସହିତ ସୁନୀଲ ମହାପାତ୍ରଙ୍କ ରିପୋର୍ଟ ଭଞ୍ଜଦୂତ ଖବର।
