ବାପୁଜୀ ସ୍ୱାଧୀନ ବିଦ୍ୟାଳୟରେ ରକ୍ଷାବନ୍ଧନ ଉତ୍ସ
(ଲାୟନ୍ର ରମେଶ ଅଗ୍ରୱାଲ.:ନିପ୍ର)
ବରଗଡ଼: ଲାୟନ୍ସ କ୍ଲବ୍ ଅଫ୍ ବରଗଡ଼ ପକ୍ଷରୁ ବରଗଡ଼ସ୍ଥିତ ବାପୁଜୀ ସ୍ୱାଧୀନ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ରକ୍ଷାବନ୍ଧନ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ୧୫୦ ଜଣ ଛାତ୍ରଛାତ୍ରୀ ଓ ୧୫ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। କ୍ଲବ୍ ସଦସ୍ୟମାନେ ଛାତ୍ରଛାତ୍ରୀଙ୍କ ସହ ସମୟ ବିତାଇ ସ୍ନେହ, ଯତ୍ନ ଓ ଏକତାର ବାର୍ତ୍ତା ବାଣ୍ଟିଥିଲେ। ପରେ ଛାତ୍ରଛାତ୍ରୀଙ୍କୁ ଚକୋଲେଟ୍ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଲାୟନ୍ ମନୋଜ ମହାପାତ୍ର, ଲାୟନ୍ ସୁଶାନ୍ତ ତ୍ରିପାଠୀ, ଲାୟନ୍ ବିନୟ ଲାଠ, ଲାୟନ୍ ମନୋରଞ୍ଜନ ପୂଜାରୀ, ଲାୟନ୍ ଲଳିତ ଅଗ୍ରୱାଲ ଓ ଲାୟନ୍ ଅଭୟ କୁମାର ଭୋଇ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସଫଳ ଓ ସ୍ମରଣୀୟ କରିବାରେ ସହଯୋଗ କରିଥିବା ସମସ୍ତ ସଦସ୍ୟଙ୍କୁ କ୍ଲବ୍ ପକ୍ଷରୁ ଧନ୍ୟବାଦ ଜଣାଯାଇଛି।
