*ବିଶିଷ୍ଟ ଧର୍ମ ପରାୟଣ ବ୍ୟକ୍ତି ସୁଭଦ୍ରା ମହାପାତ୍ର ଙ୍କ ଦ୍ବାଦଶାହ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ।* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା ୨୭.୮.୨୦୨୬
କପିଳାସ ର ପାଦଦେଶରେ ଦେଓଗାଁ ରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଓଗାଁ ର ପ୍ରାକ୍ତନ ସଦସ୍ୟା ତଥା ବିଶିଷ୍ଟ ଧର୍ମ ପରାୟଣ ବ୍ୟକ୍ତି ସୁଭଦ୍ରା ମହାପାତ୍ର ଙ୍କ ଦ୍ବାଦଶାହ ରେ ତାଙ୍କ ର ସ୍ବାମୀ କପିଳାସ ସୁରକ୍ଷା ପରିଷଦ ର ସଭାପତି ପ୍ରାକ୍ତନ କପିଳାସ ସେବାୟତ ସଂଘ ର ସମ୍ପାଦକ ତଥା ଦେଓଗାଁ ଗ୍ରାମ ସଂଗଠନ ର ସମ୍ପାଦକ ଗୁରୁଚରଣ ମହାପାତ୍ର ଙ୍କ ଦ୍ଵାରା ଆୟୋଜିତ ଭବ୍ୟ ଦ୍ବାଦଶାହ କାର୍ଯ୍ୟ ରେ ଓଡିଶା ସରକାର ଙ୍କ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ ବିଧାୟକ ନବୀନ ନନ୍ଦ, ଗଁଦିଆ ବ୍ଳକ ବିଜୁଜନତା ଦଳ ର ସଭାପତି ପ୍ରଦୀପ କୁମାର ରାଉତ, ପୂର୍ବତନ ସରପଞ୍ଚ ମଙ୍ଗରାଜ ବାରିକ, ଗୋବିନ୍ଦ ଚନ୍ଦ୍ର ପତି, ବାବାଜୀ ସ୍ବାଇଁ, ପୂର୍ବତନ ସମିତି ସଭ୍ୟ ସମ୍ବିତ ପତି, ଦେଓଗାଁ ଗ୍ରାମ ର ବରିଷ୍ଠ ସମାଜ ସେବୀ ଦୁଷ୍ମନ୍ତ କୁମାର ମହାନ୍ତି, ସମାଜ ସେବୀ୍ ମଙ୍ଗୁଳି ଚରଣ ବିଶ୍ବାଳ, ସୁରେଶ ଚନ୍ଦ୍ର ମହାପାତ୍ର, ଓ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ, ଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ସ୍ଵର୍ଗତା ସୁଭଦ୍ରା ମହାପାତ୍ର ଙ୍କ ତୈଳ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସହସ୍ରାଧିକ ଜନସାଧାରଣ ଙ୍କ ସମାଗମ ହୋଇଥିଲା।
