ଓଡ଼ିଶା ଡିଜିଟାଲ୍ ମିଡିଆ ମହାସଂଘର ଶୈକ୍ଷିକ ଓ ଏଜେଣ୍ଟ ମିଳନ
(ଲାୟନ୍ର ରମେଶ ଅଗ୍ରୱାଲ.:ନିପ୍ର)
ଓଡ଼ିଶା ଡିଜିଟାଲ୍ ମିଡିଆ ମହାସଂଘର ଶୈକ୍ଷିକ ଓ ଏଜେଣ୍ଟ ମିଳନ ଶିବିର ବରଗଡ଼ ମିଳନ ମଣ୍ଡପରେ କ୍ଲଷ୍ଟର ଅଧ୍ୟକ୍ଷ ଲାୟନ ଉମାଶଙ୍କର ଗୌଡ଼, ବରଗଡ଼ ଜିଲ୍ଲା ସଭାପତି ଶ୍ରୀ ମୁନା ସାହୁ ଓ ସେକ୍ରେଟାରୀ ଶ୍ରୀ ଦୁର୍ଗା ଏବଂ ରାଜ୍ୟ ସଭାପତି ତରଣୀ ପଟେଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା।
ଏହି ଅବସରରେ ବିଶେଷ ସମାଜସେବା ପାଇଁ ଲାୟନ୍ସ କ୍ଲବ୍ କାଦୋବାହାଲ-ଝାରପାଲିର ସଭାପତି ଲାୟନ ସୁନୀଲ ଅଗ୍ରୱାଲ ଏବଂ ବୁଲା ପ୍ରଗତି କ୍ଲବ୍ର ପୂର୍ବତନ ସଭାପତି ଡାକ୍ତର ପ୍ରଫୁଲ୍ଲ ପ୍ରଧାନଙ୍କୁ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଏବଂ ବରଗଡ଼ ଏସ୍ପି ଶ୍ରୀ ରବୀନ୍ଦ୍ରନାଥ ଶତପଥୀଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଶ୍ରୀ ଅରବିନ୍ଦ ଦାସଙ୍କ ସହ ରାଜ୍ୟ ସଭାପତି ମନୋଜ ଶତପଥୀ ଏବଂ ଖେଡୁଆଲ ସିଂହ ମଧ୍ୟ ଉପସ୍ଥିତ ଥିଲେ।
