*ନୂଆପଡ଼ା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଠାରେ ଟୋଲ୍ ଗେଟ୍ ରେ ଅର୍ଥ ଆଦାୟକୁ ରୋକିବା ନେଇ ଲୋଡ୍ରା ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ସାକ୍ଷାତ, ସମସ୍ୟା ଉପରେ ଆଲୋକପାତ*
ନୂଆପଡା(ମିଖାଏଲ ନନ୍ଦ) ତା:୨୧.୦୮.
ନୂଆପଡ଼ା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଠାରେ ଟୋଲ୍ ଗେଟ୍ ରେ ଅର୍ଥ ଆଦାୟକୁ ବିରୋଧ କରି ଲୋଡ୍ରା ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ସମସ୍ୟା ଉପରେ ଆଲୋକପାତ କରିଛନ୍ତି। ପର୍ଯ୍ୟଟନ ର ବିକାଶ ପାଇଁ ଅନେକ ସୁବିଧା ଯୋଗାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଉପାୟ କରୁଥିବା ବେଳେ ଉନ୍ନତ ମାନର ଗମନା ଗମନ ବ୍ୟବସ୍ଥା ସାଙ୍ଗକୁ ରହଣି ଏବଂ ସମୟ ଅତିବାହିତ କରିବାକୁ ପ୍ରାକୃତିକ ଶୋଭାରାଜିରେ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସୁନାବେଡ଼ା ଅଭୟାରଣ୍ୟ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ଠାରୁ ଆର୍ଥ ଆଦାୟ ଉପରେ ରୋକ୍ ଲଗାଇବା ପାଇଁ ଲିଖିତ ଜଣାଇଛନ୍ତି।
