ସମ୍ବାଦ ଅଧକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ସୋର ୟୁଟ୍ୟୁବର ସେବା ପରିବାର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସମ୍ବାଦ ଅଧକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ସାରା ରାଜ୍ୟରେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଥିବା ବେଳେ ସୋର ୟୁଟ୍ୟୁବର ସେବା ପରିବାର ଓ ସୋର ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ବାଦ ଆମ ଓଡିଶା ସହଯୋଗରେ କେଶରୀପୁର ଡାକ୍ତରଖାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଡାକ୍ତରଖାନା ପରିସରରେ କଦମ୍ବ,ପିଜୁଳି,ଆମ୍ବ, ଜାମୁ, ରାଧାଚୁଡା, ମେହେଗାନୀ ଓ ଧାତ୍ରିଅଁଳା ଆଦି ୩୦ଟି ଚାରା ରୋପଣ କରାଯାଇଥିଲା। ସଂଙ୍ଗଠନର ସଭାପତି ଗୌରୀଶଙ୍କର ସିଂ, ସମ୍ପାଦକ ସଞ୍ଜୟ କୁମାର ନାୟକ, କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଦାସ, ପଥରଶିଳ୍ପୀ ଗୋଲକ ପାତ୍ର, ବିଶିଷ୍ଠ ସମାଜସେବୀ ନରେନ୍ଦ୍ର ସାମଲ,ମହେନ୍ଦ୍ର ସାହୁ,ରବିନ୍ଦ୍ର ନାୟକ, ସମିତି ସଭ୍ୟ ମୁକେଶ ମଲିକ,ସରପଞ୍ଚ ନରେନ୍ଦ୍ର ବିଶ୍ୱାଳ, ହେମନ୍ତ ବାରିକ ଓ ସୋର ସମ୍ବାଦ ପ୍ରତିନିଧି ଅଭୟ ପତ୍ରୀଙ୍କ ନେତୃତ୍ୱରେ ସମସ୍ତ ସଦ୍ୟସ୍ୟ ସଦସ୍ୟା ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।
