*ଯୋରନ୍ଦା ଜୀବନସାଥୀ ମେଡ଼ିସିନ ଷ୍ଟୋର ପ୍ରୋ ମାନଗୋବିନ୍ଦଙ୍କ ଦ୍ୱାରା 80ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଗଁନ୍ଦିଆ ବ୍ଲକ ଯୋରନ୍ଦା ବଜାରର ଜୀବନସାଥୀ ମେଡ଼ିସିନ ଷ୍ଟୋର ର ପ୍ରୋ ମାନଗୋବିନ୍ଦ ନାୟକ (ମାନଭାଇ )ସମାଜସେବୀ,ସୁଖଦୁଃଖର ସାଥୀ, ପରୋପକାରୀ ବ୍ୟକ୍ତି ଅଟନ୍ତି l ସେ ଆଜି ପତକା ଉତୋଳନ କରି ଯୋରନ୍ଦା ପଞ୍ଚାୟତରେ ଥିବା ଯୋରନ୍ଦା ହାଇସ୍କୁଲ, ନୋଡାଲ ସ୍କୁଲ, DAV ପବ୍ଲିକ ସ୍କୁଲ, ମହିମା ବାଳିକା ଉଚ୍ଚ ବିଧାୟକ, ସ.ଶି.ଭି.ମ,ପାଟଣା ୟୁପି ସ୍କୁଲ ଓ ଅଙ୍ଗନବାଡି ର ସର୍ବମୋଟ 9ଟି ବିଦ୍ୟାଳୟ ର ହାରାହାରି ପିଲାସଂଖ୍ୟା 3000 ଛାତ୍ରଛାତ୍ରୀ ମାନଙ୍କୁ ମାନଭାଇ ମିଷ୍ଟାର୍ନ୍ନ ବଣ୍ଟନ କରିଥିଲେ l ତିନିହଜାର ଛତ୍ରଛାତ୍ରୀ ବିଭିନ୍ନ ପ୍ରକାର ସ୍ୱାଧୀନତା ସଂଗ୍ରାମୀଙ୍କ ପୋଷାକ ପରିଧାନ କରି,NCC, ସ୍କାଉଟ, ଗାଇଡ଼, ରେଡ଼କ୍ରସର ୟୁନିଫର୍ମ ପିନ୍ଧି ଘୋଷ ବାଦ୍ୟସହିତ ଯୋରନ୍ଦା ବଜାର, ତାରିଣୀ ବଜାର ଓ ନାଟିମା ବଜାରରେ ଆକର୍ଷଣୀୟ ପ୍ୟାରେଡ କରିଥିଲେ l ଆଇନ ଶୃଙ୍ଖଳା ରକ୍ଷା କରିବାପାଇଁ ଯୋରନ୍ଦା ଫାଣ୍ଡିର ଅଧିକାରୀ ମାଗୁଣି ଚରଣ ଗଡ଼ନାୟକ ସହଯୋଗ କରିଥିଲେ ଓ ଏହି କାର୍ଯ୍ୟକ୍ରମ ଟିକୁ ସହଯୋଗ କରିଥିଲେ ବାବା ସୁଶାନ୍ତ ଦାସ, ସର୍ବେଶ୍ୱର ନାୟକ, ମାୟାଧର ସାହୁଙ୍କ ସହିତ ଯୋରନ୍ଦା ଗ୍ରାମର ଯୁବକ ଭାଇମାନେ l
