ଚନ୍ଦନେଶ୍ୱର ନଣ୍ଡା ପାହାଡ଼ରେ ବୃକ୍ଷ ରୋପଣ….
ତା 14/08/2026 ଗୁରୁବାର ଦିନ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ, ଗାୟତ୍ରୀ ପରିବାର ଓ କେନ୍ଦୁଝର ବନଖଣ୍ଡ ର ମିଳିତ ସହଯୋଗରେ, ମୈଦାନକେଲ ଚନ୍ଦନେଶ୍ୱର ନଣ୍ଡା ପାହାଡ଼ରେ ସଘନ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇ ଯାଇଛି l ନଣ୍ଡା ପାହାଡ଼ କୁ ସବୁଜିମା କରିବା ଓ ଗାଁଆ ମୁହାଁ ହାତୀ ମାନଂକୁ ଖାଦ୍ୟ ଯୋଗାଇବା ଉଦେଶ୍ୟରେ,ନିମ୍ବ, ପଣସ, ଆମ୍ବ,ଓସ୍ତ, ବର, କେନ୍ଦୁ, ଚାର, କୁସୁମ, ଜାମୁ, ଯେଉଟ, ବାଉଁଶ,ବେଲ, ବାରକୋଳି, ପେସ୍ତା ବାଦାମ, ବଉଳ,ଅଶୋକ, ଗଙ୍ଗଶିଉଳି, ତେନ୍ତୁଳି,କୋଲିଆରୀ ଶାଗ 728 ଟି ଚାରା ରୋପଣ କରାଯl ଇଛି l ବୃକ୍ଷଗଙ୍ଗା ଗାୟତ୍ରୀ ପରିବାର ଶ୍ରୀ ରମେଶ ମିଶ୍ର ମୁଖ୍ୟ ବକ୍ତା, ଓଡିଶା ଜୀବିକା ମିଶନ ର କେନ୍ଦୁଝର ଜିଲ୍ଲା ଅଧିକାରୀ ଶ୍ରୀ ପବିତ୍ର କୁମାର ବାରା ମୁଖ୍ୟ ଅତିଥି, ସମାଜ ସେବୀ କର୍ଣ୍ଣାଟ କିଶୋର ଜେନା, ମାନସ ରଞ୍ଜନ ପାଣ୍ଡା,ପରିବେଶବିତ ଗଛ ମଣିଷ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି, ଯୁବ ସାମ୍ବାଦିକ ସତ୍ୟଜିତ ସାମନ୍ତରାୟ ପ୍ରମୁଖ ଅତିଥି ଭାବରେ ଯୋଗ ବୃକ୍ଷର ଉପକାରିତା, ବାୟୁ ମଣ୍ଡଳ ପରିବର୍ତନର ନିୟନ୍ତ୍ରଣ ପାଇଁ ନୂତନ ଜଙ୍ଗଲ ସୃଷ୍ଟି, ଜୈବବିବିଧତାର ସୁରକ୍ଷା, ମୂର୍ତ୍ତିକା ସରଂ କ୍ଷଣ, ବର୍ଷାଜଳ ଅମଳ ଆର୍ବୋପରି ହାତୀ -ମଣିଷ ସହାବସ୍ଥାନ ବିଷୟରେ ବୁଝାଇ ଥିଲେ l ଧରଣୀଧର ବିଶ୍ୱ ବିଦ୍ୟାଳୟ ଜାତୀୟ ସେବା ଯୋଜନାର ଛାତ୍ର ଛାତ୍ରୀ 25 ଜଣ, ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ, ସ୍ବସ୍ତି ଫାଉଣ୍ଡେସନ,କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ସ୍ବେଛାସେବୀ, ବନ ବିଭାଗ କର୍ମ କର୍ତା, ଓଡିଶା ଯିବିକା ମିଶନ ଦ୍ୱାରା ଗଠିତ ମୈଦାନକେଲ ଗ୍ରାମ ପଂଚାୟତ ସ୍ଥରୀୟ ସଙ୍ଘର 10ଟି ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ପ୍ରତିନଧି, ମନ୍ଦିର କମିଟି ସଦସ୍ୟ, ଗାୟତ୍ରୀ ପରିବାର 272 ଜଣ ପାହାଡ଼ର ପାଦଦେଶ ରୁ ଉପର ଚୁଳି ପର୍ଯ୍ୟନ୍ତ ଭିନ୍ନ ଭିର୍ଣ୍ଣ ସ୍ଥାନ ରେ ବୃକ୍ଷ ରୋପଣ କରିଥିଲେ l ମନ୍ଦିର ସଭାପତି ଶ୍ରୀ ଭଗବାନ ମହାନ୍ତ, ଏମ ବକେ ଦିଦି ଶ୍ରୀମତୀ ରଂଜିତା ମହାନ୍ତ, ନୟାବ ସରପଞ୍ଚ ଶ୍ରୀମତୀ କଳ୍ପନା ମହାନ୍ତ, ପ୍ରଗତି ଫାଉଣ୍ଡେସନ ସଭାପତି ଶ୍ରୀ ମନୋଜ ମହାନ୍ତ, କେଡ଼ି ଟ୍ରଷ୍ଟ ସମ୍ପାଦକ ଭକ୍ତ ବତ୍ସଳ ମହାନ୍ତି ଓ ଅତିଥି ମାନେ ନିଜେ ବୃକ୍ଷ ରୋପଣ କରବା ସହିତ ଉତ୍ସାହିତ କରିଥିଲେ l କେଡ଼ି ଟ୍ରଷ୍ଟ ର ବିକାଶ ଅଧିକାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ସମସ୍ତଙ୍କ ପାଇଁ ଅନୁଷ୍ଠାନ ତରଫରୁ ପଂକ୍ତି ଭୋଜନ ଵେବସ୍ତା ହୋଇ ଥିଲା l ଶେଷରେ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇ ଥିଲା l
