ସ୍ଲଗ-ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା କୁ ସ୍ଵତନ୍ତ୍ର ଭାବେ କାର୍ଯ୍ୟକାରୀ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ଙ୍କ ଜରିଆରେ ଦାବି ପତ୍ର ପ୍ରଦାନ
ମୋରଡା,୧୦.୦୮.୨୬
ଆଙ୍କର -ବର୍ତ୍ତମାନ ଓଡିଶା ରାଜ୍ୟରେ ପ୍ରଚଳିତ ଥିବା କାର୍ଯ୍ୟରତ ସାମ୍ୱାଦିକ ମାନଙ୍କ ପାଇଁ ଉଦିଷ୍ଟ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତିତ କରାଯିବାର ପ୍ରୟାସ କରାଯାଉଥିବା ବିଭାଗୀୟ ପ୍ରକ୍ରିୟାରୁ ଜଣାଯାଉଛି. ଯାହା ସାରା ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଭିତରେ ଦୁଃଖ ଏବଂ କ୍ଷୋଭ ସୃଷ୍ଟି କରୁଛି. ଏଣୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ପୂର୍ବବର୍ତ୍ତୀ ଅପରିବର୍ତ୍ତିତ ରଖାଯିବା ସହିତ ଏଥିରେ ସାମ୍ବାଦିକଙ୍କ ପିତା ମାତାଙ୍କୁ ତାଲିକାଭୁକ୍ତ କରାଯିବା ପାଇଁ ଦାବୀ ସହିତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ପରିବାର ସୁରକ୍ଷା ପାଇଁ ମାସିକ ପେନସନ ଦାବି ନେଇ ମୋରଡା ନିର୍ବାଚନ ମଣ୍ଡଳି ପ୍ରେସ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ମୋରଡା ବିଡ଼ିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ସରକାର ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ
ଯୋଜନାରେ ପରିବର୍ତ୍ତିତ କରାଯିବାର ପ୍ରୟାସରୁ ଓହରି ବିଭାଗ ତରଫରୁ ତୁରନ୍ତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ପୂର୍ବବର୍ତ୍ତୀ ସ୍ୱତନ୍ତ୍ର ଭାବେ ଚାଲୁ କରାଯିବା ଏବଂ
ସାମ୍ୱାଦିକ ମାନଙ୍କ ପିତାମାତାଙ୍କୁ ତାଲିକାରେ ସାମିଲ କରାଯିବା ବାବଦରେ ସମ୍ପୃକ୍ତ ବିଭାଗ ତରଫରୁ ନିର୍ଭରଯୋଗ୍ୟ ପ୍ରତିଶୃତି ତଥା ବିବୃତି ଜାରି କରାନଯାଏ, ତେବେ ଓଡିଶା ସାମ୍ବାଦିକ ସଙ୍ଘ (OJU ) ସାରା ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି କଡା ଚେତାବନୀ ଦେଇଛନ୍ତି ମୋରଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରେସ କ୍ଲବ ସଭାପତି ଘସିରାମ ବେହେରା, ସାଧାରଣ ସମ୍ପାଦକ ଅବିନାଶ ମହାନ୍ତି । ଉକ୍ତ ଦାବି ପତ୍ର ପ୍ରଦାନ ସମୟରେ ଉପସଭାପତି ସୁଧାଂଶୁ ରାଉତ,ସହ ସଂପାଦକ ତୁଷାର କାନ୍ତ ବେହେରା, କୋଷାଧ୍ୟକ୍ଷ ସଡାନନ ପାଣିଗ୍ରାହୀ, କାର୍ଯ୍ୟକାରିଣୀ ସଦସ୍ୟ ଡ଼ା ପ୍ରଦୀପ ମହାନ୍ତ, ସଦସ୍ୟ ଅଜୟ ମହାନ୍ତ ,ସତ୍ୟକାନ୍ତ ବେହେରା, ସନ୍ତୋଷ କୁମାର ବେହେରା , ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।
